ଟୋକନ ଲାପ୍ସ କୁ ନେଇ ଚାଷୀଙ୍କ ରାଜରାସ୍ତା ୮ ଘଣ୍ଟା ଧରି ଅବରୋଧ

କଳାହାଣ୍ଡି (କୋଶଲ ନ୍ୟୁଜ )କଳାହାଣ୍ଡି ଜିଲ୍ଲା ମୋଟେର-ଜୟପାଟଣା ରାଜରାସ୍ତା କୁ ଗୁନଗୁନିଆ ଠାରେ ଜୟପାଟଣା ଏବଂ କଲମପୁର ବ୍ଲକ ର ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ।ଚଳିତ ବର୍ଷ ରବି ଋତୁ ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଣରେ ଅନିୟମିତତା ନେଇ ଶୀଘ୍ର ଧାନ ଉଠାଣ ଦାବିରେ ରାସ୍ତା ଅବରୋଧ କରିଥିଲେ।ଜୟପାଟଣା ବ୍ଲକ ର ବିମଳା, ବାନେର, ରଣମାଲ, ଭେଜିଗୁଡା, ବାଣ୍ଡିଗାଁ ବଡଟେମରି ଓ କଲମପୁର ବ୍ଲକ ର ବିଜମରା,ଦୁଲକୀବନ୍ଦ ମଣ୍ଡି ରେ ବହୁ ଚାଷୀ ଙ୍କ ଧାନ ଟୋକନ ଅବଧି ଶେଷ ହେବା ଯୋଗୁଁ ସେମାନଙ୍କ ଧାନ ବିକ୍ରି ନହୋଇ ପଡି ରହିଥିବା ବେଳେ ଅନେକ ଚାଷୀଙ୍କ ଟୋକନ ସେମାନେ ପେକ୍ସ ରେ କାଗଜ ପତ୍ର ଦାଖଲ କରିଥିଲେ ହେଁ ଆସି ନାହିଁ । ମଣ୍ଡି ରେ ଆଗମନ ରେଜିଷ୍ଟ୍ରେସନ କରିଥିଲେ ବି ତାହା ଅନଲାଇନ କରାନଯିବା ଯୋଗୁଁ ଅନେକ ଚାଷୀ ଙ୍କ ଟୋକନ ଅବଧି ଶେଷ ହେଇଯାଇଛି ।ଫଳରେ ଚାଷୀ ଙ୍କ ଧାନ ବିକ୍ରି ହେଇ ପାରିନି|କେତେକ ଚାଷୀ ଙ୍କ ଧାନ ଗଜା ହେଲାଣି ହେଲେ ଚାଷୀ ଙ୍କ ଅଭିଯୋଗ କେହି ଶୁଣୁ ନାହାଁନ୍ତି ।ବାଧ୍ୟ ହୋଇ ଶତାଧିକ ଚାଷୀ ଧାନବସ୍ତା ରଖି ଆଜି ସକାଳ ୮ଟା ରୁସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଥିଲେ।ଘଟଣା ସ୍ଥଳରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ଧର୍ମଗଡ଼ ମଣ୍ଡଳ ଏଆରସିଏସ ଭିକାରୀ ସେଠ,ଜୟପାଟଣା ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ ଆସି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।କିନ୍ତୁ କୌଣସି ସମାଧାନ ହେଲା ନାହିଁ ପରେ ଧର୍ମଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଚାଷୀ ଏହି ପ୍ରତିଶ୍ରୁତି ଜିଲ୍ଲାପାଳ ଙ୍କ ଠାରୁ ଶୁଣିବାକୁ ଚାହୁଁଛୁ କହିଥିଲେ।ଏହାପରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଓ ଚିଫ ଆସି ଚାଷୀଙ୍କ ଧାନ କୁ ରି ଟୋକାନ ଦେଇ ଧାନକ୍ରୟ ର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।

Comments
Loading...