କ୍ୟାନ୍ସର ପୀଡିତ ଶିଶୁଙ୍କୁ ସହାୟତା

ସମ୍ବଲପୁର (କୋଶଲ ନ୍ୟୁଜ) SRIT କଲୋନୀ ରେ ରହୁଥିବା ଶ୍ରେୟାନ୍ସ କୁଶଳ ନାମକ ଜଣେ 8 ବର୍ଷର ଶିଶୁ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହଉଛନ୍ତି, ତାଙ୍କ ବାପା ଛକରେ ଏକ ଫାଷ୍ଟ ଫୂଡ଼ ଷ୍ଟଲ ଦେଇ ଘର ଚଳାଉଥିଲେ ହେଲେ ଲକ ଡାଉନ ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇଥିବାରୁ, ଘର ଚଳାଇବା ଏବଂ ପୁଅ ର ଚିକିତ୍ସା ବହୁତ କଷ୍ଟକର ହୋଇପଡିଛି, ଏହା ଜାଣି ବୁଢାରଜା ହାଇସ୍କୁଲ 2003 ବ୍ୟାଚ ର ପୁରାତନ କିଛି ଛାତ୍ର ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ, ସେମାନେ ମିଶି 11500 ଟଙ୍କା ର ଅର୍ଥ ରାଶି ଦେଇ ଥିଲେ ଏବଂ ଆଗକୁ ମଧ୍ୟ ଚିକିତ୍ସା ପାଇଁ ସାହାଯ୍ୟ କରିବେ ବୋଲି କହିଥିଲେ, ବ୍ୟାଚ ର ସମ୍ବିତ ତ୍ରିପାଠୀ, ଶ୍ରୀତମ ପଣ୍ଡା, ସୁବାସ ଦାସ,ସୁଦାମ ମେହେର ଅନୁଜ ଜେନା, ନିକିତାସା ଦାସ, ବିଜୟ ସାହା, ଦୁଷ୍ମନ୍ତ ବେହେରା,ଅଭିଳାଷ ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ |

Comments
Loading...