ବୋଳି ପଡିଲେ ଡାବୁଗାଁ ବନାଞ୍ଚଳ ତଳିଆ କର୍ମଚାରୀ ଉପରକ୍ତ ଅଧିକରୀଙ୍କୁ ତଦନ୍ତ କେବେ??

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର:- ବୋଳି ପଡିଲେ ଡାବୁଗାଁ ବନାଞ୍ଚଳ ତଳିଆ କର୍ମଚାରୀ ଉପରକ୍ତ ଅଧିକରୀଙ୍କୁ ତଦନ୍ତ କେବେ? ଏହି ପ୍ରଶ୍ନ ଉଠାଇଛନ୍ତି ଡାବୁଗଁ ତଥା ପାପଡାହାଣ୍ଡି ବ୍ଲକ୍ ର ବୁଦ୍ଧିଜୀବୀ ମାନେ। ନବରଙ୍ଗପୁର ଜିଲ୍ଲାର ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ତଳିଆ କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଛି ସତ କିନ୍ତୁ ଉପରକ୍ତ କର୍ମଚାରୀ ମାନଙ୍କୁ ନିଲମ୍ବିତ କେବେ ହେବ? ଏହା ଏବେ ଦେଖିବାକୁ ବାକି ରହିଲା । ଏହି ଜିଲ୍ଲାରେ ରକ୍ଷକ ସାଜିଛନ୍ତି ଭକ୍ଷକ । ବନବିଭାଗର ସରକାରୀ ବାବୁମାନେ ଆଇନକୁ ହାତରେ ନେଇ ଠକୁଛନ୍ତି ନୀରିହ ଜନତାଙ୍କୁ । କାର୍ଯ୍ୟ ନକରି ଆତ୍ମସାତ କଲେ ଲକ୍ଷ ଲକ୍ଷ ଟଙ୍କା ଏଥିପାଇଁ ପ୍ରକୃତରେ ଦାଇ କିଏ? କାରଣ ଡାବୁଗାଁ ବନବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅଜାଣତରେ କେବେବି ଏଭଳି ହେରଫେର କରି ପାରିବେନି ତଳିଆ କର୍ମଚାରୀ ବୋଲି ସଂଦେହ ଯାତ ହେଉଛି। ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କ ଜାଣତରେ ଏହି ଘଟଣା ଘଟିଛି କି ନାହିଁ ତଦନ୍ତ ହେବା ଉଚିତ୍। କିନ୍ତୁ ତଦନ୍ତ ର ନିରୋପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଧିବାସୀ।ଏହି କଥିତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ବିଭାଗର ଅନ୍ତର୍ଗତ ହାତିବେଡା ପଞ୍ଚାୟତ ର ବଡ଼ପାଞ୍ଜିଆରୀଗୁଡା ଗ୍ରାମରେ ।
ଯଦି ୨୦୨୦-୨୧ ମସିହାରେ ଉକ୍ତ ଗ୍ରାମରେ ଏକ ପୋଖରୀ ଖନନ ପାଇଁ ନଅ ୯,୨୦,୦୦୦/ ଟଙ୍କା ମଞ୍ଜୁର ହୋଇଛି ହେଲେ କାର୍ଯ୍ୟ ପାଶ୍ୱର୍ରେ ନା ଅଛି ଫଳକ ନା ଅଛି ପୋଖରୀ ର ଚିହ୍ନ ବର୍ଣ୍ଣ । କିନ୍ତୁ କାର୍ଯ୍ୟ ନ ହୋଇ ୧,୦୬,୮୧୨ / ଟଙ୍କା ବ୍ୟାଙ୍କରୁ ଉଠାଣ ନିମ୍ନ ସରକାରୀ ଅଧିକାରୀ ଙ୍କ ଦ୍ଵାରା ଡାବୁଗାଁ ବନାଞ୍ଚଳ ଦାଇତ୍ୱ ରେ ଥିବା ରେଞ୍ଜରଙ୍କ ଅଜାଣତରେ ହେବା ସଂଭବ କି ବୋଲି ପ୍ରଶ୍ନ ଉଠୁଛି। ବିନା କାର୍ଯ୍ୟ ରେ କିଭଳି ଟଙ୍କା ଉଠିଲା ? କିଏ ଦେଇଛି ଏହି ସାହସ ? ଏତେ ଦିନ ଧରି କାହିଁକି ତଦନ୍ତ ହୋଇ ନାହିଁ ? ଏହି ଦୁର୍ନିତୀ କାର୍ଯ୍ୟ ରେ କିଏ କିଏ ସାମିଲ ଅଛନ୍ତି ଏହାର ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ରହିଛି । ଜିଲ୍ଲା ପ୍ରଶାସନ ଏହା ସହିତ କେତେ ଦୂର ଜଡ଼ିତ ? ତଦନ୍ତ ପରେ ଡାବୁଗାଁ ବନାଞ୍ଚଳ ତଳିଆ କର୍ମଚାରୀ ସହ ଉପରକ୍ତ ଅଧିକରୁଙ୍କୁ ନିଲମ୍ବିତ କରିବା କଥା କି ନାହିଁ, ଏବଂ ଯଥା ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଉଚିତ କି ନୁହଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।
ଖାଲି ଜାଟାବାଲ ଫୋରେଷ୍ଟରଙ୍କୁ ନିଲମ୍ବିତ କରାଜିଛି କାର୍ଯ୍ୟରୁ କିନ୍ତୁ ଡାବୁଗାଁ ରେଞ୍ଜରଙ୍କ ଉପରେ କେବେ ହେବ ତଦନ୍ତ, ହେବ ନା ନାହିଁ, ଏହା ଏବେ ଦେଖିବାକୁ ବାକି ରହିଲା ।

Comments
Loading...