ମାଗଣାରେ ଅକ୍ସିଜେନ୍ ସେବା ଯୋଗାଣ

ନବରଙ୍ଗପୁର :-କରୋନାର ଦ୍ବିତୀୟ ଲହର ଅତି ଭୟଂକର ରୂପରେ ଗ୍ରାସ କରୁଥିବା ବେଳେ କୋରନାରେ ସଂକ୍ରମିତ ବହୁ ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି । ଉମରକୋଟ ସହରର ଯୁବ ସମାଜସେବୀ କେ. କେଦାରନାଥ ଗତ କିଛି ଦିନ ତଳେ କରୋନା ରେ ଆକ୍ରାନ୍ତ ହୋଇ ଅକ୍ସିଜେନ ଅଭାବରୁ ମୂତ୍ୟୁ ବରଣ କରିଥିଲେ । କରୋନା ରୋ ଦ୍ୱିତୀୟ ଲହର ରେ ଅକ୍ସିଜେନ୍ ର ଅଭାବ ଦେଖା ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ତାଙ୍କରି ସ୍ମୃତିରେ ଦୁଇଟି ଅକ୍ସିଜେନ୍ ସିଲିଣ୍ଡର ଆଣି ସେବା ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି ତାଙ୍କ ପରିବାର ଲୋକ । ଜରୁରୀ ପରିସ୍ଥିତି ରେ ଯାହାକୁ ଅକ୍ସିଜେନ ଆବଶ୍ୟକ ସେ ମାଗଣାରେ ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ନିଜର ମୋବାଇଲ ନମ୍ବର 9777105811 ଦେଇ ଯୋଗାଯୋଗ କରିବା ନିମନ୍ତେ ଜଣାଇଛନ୍ତି।

Comments
Loading...