ମୌଳିକ ସୁବିଧାରୁ ବଞ୍ଚିତ ନୁଆଁ ସାହି, ହେଇ ପାରୁନି ବିଦ୍ୟୁତ ସଂଯୋଗ

ମାଲକାନଗିରି ( କୋଶଲ ନ୍ୟୁଜ୍) ସ୍ୱାଧୀନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧା ରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଚିତ୍ରକୋଣ୍ଡା
ନୁଆଁ ସାହି ଲୋକମାନେ l ମିଳିଥିବା ସୂଚନା ଅନୁସାରେ ଚିତ୍ରକୋଣ୍ଡା ଥାନା ପଛରେ ଏହି ନୁଆଁ ସାହି, ଏହି ସାହିରେ ପ୍ରାୟ 100 ପରିବାର ନିଜର ପିଲାଛୁଆଙ୍କୁ ନେଇ ଦୀର୍ଘ ଦଶ ବର୍ଷ ଧରି ବସବାସ କରୁଛନ୍ତି l
ବର୍ଷ ବର୍ଷ ଧରି ଏହି ସାହିର ଲୋକମାନେ ଅନ୍ଧକାର ମଧ୍ୟରେ ବସବାସ କରୁଛନ୍ତି l ଏହି ବାବଦରେ ଅନେକ ଥର ପ୍ରଶାସନ ପାଖକୁ ନିବେଦନ କଲେ ମଧ୍ୟ ବିଦ୍ୟୁତ ସଂଯୋଗ ହେଇ ପାରିଲା ନାହିଁ l ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିଲେ ମଧ୍ୟ ସେହି ଯୋଜନାରୁ କିପରି ବାଦ ପଡିଲେ ନୁଆଁ ସାହି ଲୋକମାନେ ? 100 ପରିବାର ପାଇଁ କଣ ଅନ୍ଧକାର ହିଁ ସାହା ଭରୋସା ? ନୁଆଁ ସାହିରେ ବସବାସ କରୁଥିବା ପରିବାର ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ କି ?

ଆଜି ଏହି ବାବଦରେ ବୁଝିବା ଜିଲ୍ଲା Public Rights Association ର ମହିଳା ପ୍ରତିନିଧି ଶ୍ରୀମତୀ ୱାରାଲଷ୍ମୀ ହନ୍ତାଳ ନେତୃତ୍ୱରେ ନୁଆଁ ସାହିର ଲୋକମାନେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହ ସାକ୍ଷ୍ୟାତ କରି, ନୁଆଁ ସାହିରେ ବିଦ୍ୟୁତ ସଂଯୋଗ ବାବଦରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ l

Comments
Loading...