ନବରଙ୍ଗପୁର ଯୁବ ହିନ୍ଦୁ ମହାସଂଘ ଜିଲ୍ଲା ସମିତି ଘୋଷଣା

ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ର ଜିଲ୍ଲା ଟିମ୍ ଘୋଷଣା ହୋଇଛି। ଗତ ୨୭ ତାରିଖ ରେ ଜିଲ୍ଲା ସଭାପତି ଭାବେ ଭଦେବ ଗୌଡ଼ ଙ୍କୁ ଦାୟିତ୍ଵ ମିଳିବା ପରେ, ଗୋଟିଏ ଦିନର ବ୍ୟବଧାନରେ ସେ ପୂର୍ଣ୍ଣାଙ୍ଗ ସମିତି ଗଠନ କରି ଛନ୍ତି। ଯୁବ ହିନ୍ଦୁ ମହାସଂଘ ର ନିମନ୍ତ୍ରଣ କ୍ରମେ ହିନ୍ଦୁ ମହାସଂଘ ର କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ମଧ୍ୟ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦାନ କରିଥିଲେ ଏବଂ ପଦାଧିକାରୀ ମାନଙ୍କ ନାମ ଘୋଷଣା କରିଥିଲେ। ଯୁବ ହିନ୍ଦୁ ମହାସଂଘ ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ସାମନ୍ତରାୟ ମହାସଂଘ ର ନିୟମ ପ୍ରକାରେ କେନ୍ଦ୍ରୀୟ ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଲୋକନାଥ ପାଣିଗ୍ରାହୀ ଙ୍କ ମାଧ୍ୟମରେ ଅନୁମୋଦନ କରାଇବା ପରେ ଆଜି ବିଧିବଦ୍ଧ ଭାବେ ପଦାଧିକାରୀ ମାନଙ୍କ ନାମ ଘୋଷଣା କରା ଯାଇଛି। ନୂତନ ପଦାଧିକାରୀ ମାନଙ୍କୁ କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ରୀରାମ ମୁଦୁଲି, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ, ଓଡ଼ିଶା ବିଭାଗ ୧ ସଂଯୋଜକ ନିଖିଳ ସାହୁ, କୃଷକ ମହାସଂଘ ପ୍ରମୁଖ ହିମାଂଶୁ ଶେଖର ବସନ୍ତିଆ, ଯୁବ ହିନ୍ଦୁ ମହାସଂଘ ଦକ୍ଷିଣ ଓଡ଼ିଶା ପ୍ରମୁଖ ସ୍ବାଗତୀକା ସାମନ୍ତରାୟ, ଅବିଭକ୍ତ କୋରାପୁଟ ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସାମାଜିକ ଗଣମାଧ୍ୟମ ପ୍ରଭାରୀ ରମେଶ ଅନକା, ଜିଲ୍ଲା ହିନ୍ଦୁ ମହାସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, ଗୋପବନ୍ଧୁ ବିଷୟୀ, ଗୋବର୍ଦ୍ଧନ ବାବା ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ର ୧୦୧ ଜଣ ଯୁବକ ଙ୍କୁ ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ନେବା ପରେ ଭଦେବ ଗୌଡ଼ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନ୍ୟାୟ ଧର୍ମାନ୍ତରୀକରଣ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ ମହାସଂଘ ର ନିର୍ଦ୍ଦେଶନା ରେ କାର୍ଯ୍ୟ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଛନ୍ତି।

Comments
Loading...