ଚର୍ଚ୍ଚାରେ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ଯାଳୟର ପାଶ ହାର ୯୯%

ମାଲକାନଗିରି ( କୋଶଲ ନ୍ୟୁଜ୍) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ହେବା ପରେ ଜଣାପଡିଛି ଯେ ମାଲକାନଗିରି ଜିଲ୍ଲାର ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ଦଶମ ପରୀକ୍ଷାରେ ପାଶ ହାର ୯୯ ପ୍ରତିଶତ ରହଛି | ଏହି ବିଦ୍ୟାଳୟର ତନ୍ମଧ୍ଯରୁ ନରେନ୍ଦ୍ର କୁମାର ଦାଶ ସର୍ବମୋଟ ୬୦୦ ନମ୍ବରରୁ ୫୪୨ ନମ୍ବର ରଖି ଜିଲ୍ଲାର ୨ୟ ଟପ୍ପର ହୋଇଥିବା ବେଳେ ଶେଖର ବାରିକ ୫୪୦ ନମ୍ବର ରଖିଛନ୍ତି | ଚଳିତ ବର୍ଷ ୧୦ମ ବୋର୍ଡ ପରୀକ୍ଷାରେ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟରେ ୨୮୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୨୭୯ ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ | ଏଥି ମଧ୍ଯରୁ ଏ-୧ ରେ ୨ ଜଣ,ଏ-୨ରେ ୨୫ ଜଣ,ବି-୧ରେ ୩୬ ଜଣ,ବି-୨ରେ ୫୬ ଜଣ, ସି-ରେ ୫୯ ଜଣ,ଡି-ରେ ୬୫ ଜଣ,ଇ-ରେ ୩୫ ଜଣ ପାଶ ହୋଇଥିବା ବେଳେ ଜଣେ ମାତ୍ର ଫେଲ୍ ହୋଇଥିବା ଜଣାପଡିଛି | ଜିଲ୍ଲା ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ୯୯ ପ୍ରତିଶତ ଶିଶୁ ଦଶମ ପରୀକ୍ଷାରେ କୃତକାର୍ୟ୍ଯ ସକ୍ଷମ ହୋଇଛନ୍ତି ବୋଲି ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏ ଈଶ୍ବର ରାଓ ପ୍ରକାଶ କରିଛନ୍ତି |

Comments
Loading...