କଳାହାଣ୍ଡି , ନିର୍ବନ୍ଧ ସାରି ଫେରିବା ବେଳେ ଓଲଟିଲା ପିକଅପ ଭେନ୍, 10 ରୁ ଉର୍ଦ୍ଧ ଗୁରୁତର

କଳାହାଣ୍ଡି (କୋଶଲ ନ୍ୟୁଜ୍) ଆଜି ସକାଳ 9 ଟା ରୁ କେସିଙ୍ଗା ବ୍ଲକ ଚାଞ୍ଚେର ଗ୍ରାମର ଲଖନା ମାଝିଙ୍କ ପୁଅ ପାଇଁ କର୍ଲାପାଟ ନିକଟ ଟିକ୍ରାପଡା ଗ୍ରାମକୁ ଦୁଇଟି ପିକଅପ ଭେନ୍ ରେ 50 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ନିର୍ବନ୍ଧ ପାଇଁ ଯାଇଥିଲେ । ନିର୍ବନ୍ଧ ସାରି ଅପରାହ୍ନ 4 ଟା ସମୟରେ ଫେରିବା ସମୟରେ ପୁରୁଣାଗୁମା ନିକଟରେ ଗୋଟିଏ ପିକଅପ ଭେନ୍ ଭାରସାମ୍ଯ ହରାଇ ଓଲଟି ପଡିଥିଲା ଓଲଟି ପଡିବା ଫଳରେ ପିକଅପ ରେ ବସିଥିବା 20 ରୁ ଉର୍ଦ୍ଧ ଙ୍କ ମଧ୍ଯ ରୁ 10 ରୁ ଅଧିକ ଗୁରୁତର ଆହତ ହୋଇ ଭବାନିପାଟଣା ମୁଖ୍ଯ କାର୍ଯ୍ଯାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଆହତ ମାନଙ୍କ କହିବା ଅନୁସାରେ ଡ୍ରାଇଭର ମଦ୍ୟପାନ କରିଥିବା ଜଣା ପଡିଥିବା ବେଳେ ଡ୍ରାଇଭର ବର୍ତ୍ତମାନ ଫେରାର ଥିବା ଜଣାପଡିଛି ।

Comments
Loading...