ଗଡ଼ିଆ ରେ ବୁଢି ଦୁଇ ଶିଶୁ ମୃତ

ସମ୍ବଲପୁର (କୋଶଲ ନ୍ୟୁଜ) ଗଡ଼ିଆ ରେ ବୁଢି ଦୁଇ ଶିଶୁ ମୃତ । ଫାର୍ମ ହାଉସରେ ଖେଳୁ ଖେଳୁ ଗଡ଼ିଆ ରେ ପଡି ଯାଇ ଦୁଇ ଶିଶୁଙ୍କ ମୃତ୍ୟ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୁଆବରଙ୍ଗମାଲ ପଂଚାୟତ ନୂଆରପଡାରେ ମଙ୍ଗଳରଵାର ରାତ୍ରୀରେ ଖେଳୁଥିବା ସମୟରେ ଦୁଇ ଶିଶୁ ଛୋଟ ଗଡ଼ିଆରେ ପାଣିରେ ବୁଡି ମୃତ୍ୟ ଘଟିଛି । ଗୋବର୍ଦ୍ଧନ ବଡ଼ମାଲ ଗାଁର ରତ୍ନମଣୀ ସାହୁ ୫ବର୍ଷର ପୁଅ ରାହୁଲ ସାହୁ ଓ ଜମନକିରା ବ୍ଲକ ଖରସନମାଲ ଗାଁର ଲକ୍ଷଣ ବାରିକ 5 ବର୍ଷ ର ପୁଅ ଆୟୁଷ ବାରିକ ମୃତ୍ୟ ହୋଇଛି । ସୂଚନା ଯେ ଆୟୁଷ ବାରିକ ତାଙ୍କ ମାଁ ବାପା ସହ ମାମୁ ଘର ଗୋବର୍ଦ୍ଧନ ବଡ଼ମାଲ ଗାଁକୁ ଆସିଥିଲେ । ମଙ୍ଗଳବାର ଅପରାହ୍ନରେ ଆୟୁଷ ଙ୍କ ମାମୁ ତାଙ୍କ ଫାର୍ମ ହାଉସ ଯିବା ସମୟରେ ରାହୁଲ ଓ ଆୟୁଷ ମଧ୍ୟ ଯାଇଥିଲେ । ଫାର୍ମ ହାଉରେ ଦୁହେ ଖେଲୁଥିବା ସମୟରେ ଗଡ଼ିଆରେ ପଡି ପାଣିରେ ବୁଡି ଯାଇଥିଲେ । ଏହି ସମୟରେ ରମଣୀ ତାର ପୁତୁରା ଓ ଭଣଜା କୁ ବହୁ ଖୋଜା ଖୋଯିବା ପରେ କୁଅ ରୁ ମୃତ ଭାବେ ଉଦ୍ଧାର କରିଥିଲେ ।ତେବ ଏନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।

Comments
Loading...