ଅଭାବି ଧାନ ବିକ୍ରିକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଦୁଇଘଣ୍ଟିଆ ରାସ୍ତା ରୋକ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ର ମନମୁଣ୍ଡା ଠାରେ ରବି ଧାନ ର ଅଭାବି ବିକ୍ରି କୁ ନେଇ ଲାଗି ରହିଥିବା ଅବ୍ୟବସ୍ଥା ବିରୋଧ ରେ ମନମୁଣ୍ଡା ଠାରେ ଜିଲ୍ଲା ବିଜେପି ପକ୍ଷରୁ ସକାଳ 10 ଟା ରୁ 12 ଟା ପର୍ଯ୍ୟନ୍ତ ରାସ୍ତା ରୋକ କରାଯାଇଥିଲା | ଫଳରେ 57 ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵ ରେ ବହୁ ସଂଖ୍ୟା ରେ ଯାନ ବାହାନ ଅଟକି ରହିଥିଲା |ଚଳିତ ରବି ଧାନ ବିକ୍ରି ପାଇଁ ଚାଷୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ମଣ୍ଡିରେ ଧାନ ପଡି ଗଜା ହୋଇଯିବା ସହିତ ଟୋକନ ଏବଂ କଟଣି ଯୋଗୁଁ ହଇରାଣ ହେଉଛନ୍ତି |ସରକାର ଚାଷୀ ମାନଙ୍କ ସୁରକ୍ଷା ସକାଶେ କରୁଥିବା ଯୋଜନା ବାଟବଣା ହୋଇଯାଇଛି | ଆଜିର ରାସ୍ତା ରୋକରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କହେଁଇ ଚରଣ ଡାଙ୍ଗ,ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାଘ, ନିରଞ୍ଜନ କର୍ଣ୍ଣ,ରାକେଶ କୁମାର ତ୍ରିପାଠୀ ଏବଂ ଅନ୍ୟାନ କର୍ମକର୍ତା ବିରୋଧ ପ୍ରଦର୍ଶନ କରିଥିଲେ | ସରକାର ଉଚିତ ପଦକ୍ଷେପ ନନେଲେ ଆସନ୍ତା କାଲି ବୌଦ୍ଧ ର ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତି ହୋଇଛି |

Comments
Loading...