ସୃଷ୍ଟି ସ୍ରଷ୍ଟା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି (କୋଶଲ ନ୍ୟୁଜ୍) ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ କୋକସରା,କଳାହାଣ୍ଡି ତରଫରୁ ଆଜି କୋକସରାବ୍ଲକ ଅନ୍ତର୍ଗତ ଡୁଡୁକାଠେଙ୍ଗା ଗ୍ରାମର ବନ୍ଦପଡ଼ା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜିବି ମହାନତା ର ସହିତ ଯେମିତି ରକ୍ତଦାନ ଦିଆଯାଏ ଏହି ବୃକ୍ଷରୋପଣ ବି ରକ୍ତ ବିନ୍ଦୁ ସଂଗେ ସମାନ ଏଣୁ ସମସ୍ତଙ୍କୁ ଅନୁରୋଧ ଆମେ ସଭିଏଁ ମିଶି ବୃକ୍ଷ ରୋପଣ କରିବା ଓ ଅମ୍ଳଜାନ ବଂଚେଇବା ଏଣୁ ସମସ୍ତଙ୍କୁ ଅନୁରୋଧ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବା, ବୃକ୍ଷ ରୋପଣ କଲେ ଆମେ ଅମ୍ଳଜାନ ଅଭାବରୁ ମୁକ୍ତ ହୋଇ ପାରିବା, ଗଛ ନଷ୍ଟ ନ କରି ଆମେ ସମସ୍ତେ ଗଛକୁ ବଂଚେଇବା ଓ ଆମେ ଆମ ନିଜ ଜୀବନକୁ ସୁରକ୍ଷା ରଖିବା, କଥାରେ ଅଛି -ବୃକ୍ଷ ଅଛି ତ ଜୀବନ ଅଛି,

ଏହି କାର୍ଯ୍ୟକ୍ରମ ରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ପ୍ରତିଷ୍ଠାତା ରିକିରାମ ମେହେର, ମୁଖ୍ୟ ଉପଦେଷ୍ଟା ନିର୍ମଳଚନ୍ଦ୍ର ନାଏକ, ମୁଖ୍ୟ ସଭାପତି ମୋହନ ଚରଣ ବିଶି,ମୁଖ୍ୟ ସଂଯୋଜକ ସୁରେନ୍ଦ୍ର କୁମାର ସାହୁ,ମୁଖ୍ୟ ସମ୍ପାଦକ -ଦୁର୍ଯ୍ୟୋଧନ ଚଣ୍ଡି,ମୁଖ୍ୟ ମାର୍ଗ ଦର୍ଶକ ଭାଗିରଥି ସାଗର,ଉପଦେଷ୍ଟା ଅଜିତ ଦାସ, ସଭାପତି ବୋବରୁ ସାହୁ,ସଂଯୋଜକ ଦିନବନ୍ଧୁ ବାଗ, ମାର୍ଗଦର୍ଶକ ରୋହିତ ନାଗେଶ,ମୁଖ୍ୟ ସମ୍ପାଦିକା ଅନୁରାଧା କର,ସହ ସମ୍ପାଦକ ଯଶୋବନ୍ତ ବିଶ୍ୱାଳ, ସହସମ୍ପାଦିକା ଶଙ୍ଖା ଖର୍ସେଲ,ଆବାହକ -ରଞ୍ଜନ କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ,ଓ ସହଯୋଗୀ -ବିରଞ୍ଚି ନିଏଲ, ଗୋପାଳ ଭାଟି, ଲୋକନାଥ ରେଡି ଓ କ୍ଷୀରସିନ୍ଧୁ ନାଏକ ପ୍ରମୁଖ ସମସ୍ତେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

Comments
Loading...