ରଥଯାତ୍ରା ପାଇଁ ଦାବି

ବୌଦ୍ଧ (କୋଶଲ ନ୍ୟୁଜ) ବୌଦ୍ଧ ଜିଲ୍ଲାର ରଥଯାତ୍ରା ବହୁ ପୁରାତନ ଅଟେ, ଏହି ରଥଯାତ୍ରା ଲୋକ ମାନଙ୍କ ଭାବଧାରା ସହ ରହିଅଛି | କରୋନା କାରଣରୁ ରାଜ୍ୟ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନୀୟ ରଥଯାତ୍ରାକୁ ବନ୍ଦ କରିଛନ୍ତି | ଗତ ବର୍ଷ ମଧ୍ୟ ରଥଯାତ୍ରା ବନ୍ଦ ଥିଲା | ବୌଦ୍ଧ ର ଗାଁ ଗୁଡିକରେ ବହୁ ଦିନରୁ ରଥଯାତ୍ରା ହେଉଛି | ଜନସାଧାରଣ କୋଭିଡ ନିୟମ ଅନୁସାରେ ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରୁଛନ୍ତି | ସରକାର ଅନୁମତି ଦେଲେ ଲୋକ ମାନଙ୍କ ପରମ୍ପରା ବଜାୟ ରହିବ ବୋଲି ଆଶା କରାଯାଉଛି |

Comments
Loading...