ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ବନ ମହୋତ୍ସବ ପାଳିତ

ଚନ୍ଦାହାଣ୍ଡି -( 3/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଂଚାୟତ ଅନ୍ତର୍ଗତ ତିଲିମାଲ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶନିବାର ବନବିଭାଗ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁଶାନ୍ତ ମାଝୀ, ସାମାଜିକ କର୍ମୀ ଦିଲୀପ ଦାସ,ପ୍ରମୁଖ ଙ୍କ ସହ ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡା, ପ୍ରଶିକ୍ଷଣ ଅଧିକାରୀ ମାନଗୋବିନ୍ଦ ବାଗ, ବନପାଳ ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଆମ୍ବ, ପଣସ, ନଡ଼ିଆ, ଗୁଆ, କଇଁଥ, ଅଗସ୍ତି ମୁନିଙ୍ଗା, ତେନ୍ତୁଳି, କରଞ୍ଜ ପ୍ରଭୁତି ବୃକ୍ଷ ରୋପଣ କରିବା ସହ ଉପସ୍ଥିତ କର୍ମଚାରୀ, ଜନସାଧାରଣ ଙ୍କୁ ସଚେତନ କରାଇବା ସହ ନିଜ ଜମିହୁଡା ତଥା ବାଡ଼ିବଗିଚାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ l ଏହି କାର୍ଯ୍ୟକ୍ରମ ଚନ୍ଦାହାଣ୍ଡି ବନପାଳ ପ୍ରଦୀପ୍ତ କୁମାର ଦାଶ ଙ୍କ ପ୍ରତକ୍ଷ୍ୟ ତତ୍ଵାବଧାନରେ କରାଯାଇଥିବା ବେଳେ, ବନବିଭାଗ କର୍ମଚାରୀ, ଶିଳ୍ପ ତାଲିମ କେନ୍ଦ୍ର କର୍ମଚାରୀ ଜନସାଧାରଣ ଉପସ୍ଥିତ ଥିଲେ l ଆଗକୁ ବ୍ଲକ ର ବିଭିନ୍ନ ସରକାରୀ ଅନୁଷ୍ଠାନ ତଥା ଖୋଲା ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି।

Comments
Loading...