ବୌଦ୍ଧ : ସୋମବାର ଠାରୁ କୋଭିଡ ଟୀକାରଣ ପୁଣି ଆରମ୍ଭ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ କରୋନା ଟୀକା ସରି ଯାଇଥିବାରୁ 2/3 ଦିନ ଟୀକା କରଣ ବନ୍ଦ ରହିଥିଲା କିନ୍ତୁ କେନ୍ଦ୍ର ସରକାର ଗତ କାଲି 1ଲକ୍ଷ ରୁ ଅଧିକ ଟୀକା ପଠେଇଥିବାରୁ ପୁନର୍ବାର ଟୀକାକରଣ ସୋମବାର ଦିନ ଠାରୁ ଆରମ୍ଭ ହେବ ସେଥିପାଇଁ ରବିବାର ଦିନ 1 ଟା ରେ cowin ପୋର୍ଟାଲ ରେ online ପଞ୍ଜିକରଣ ଏବଂ slot ବୁକିଂ କରିପାରିବେ | ବୌଦ୍ଧ ଜିଲ୍ଲା ରେ ହରଭଙ୍ଗା, ପୁରୁଣାକଟକ, ବୌଦ୍ଧ, ବାଉଁସୁଣୀ, ମନୁମୁଣ୍ଡା,କଣ୍ଟାମାଲ ଆଦି ସ୍ଥାନରେ ସକାଳ 8 ଟା ରୁ 1ଟା ପର୍ଯ୍ୟନ୍ତ ଟୀକା ଦିଆଯିବାକୁ ସ୍ଥିର ହୋଇଛି |

Comments
Loading...