ବୃଦ୍ଧଙ୍କୁ ନିର୍ମମ ହତ୍ୟା କରି ଦୁର୍ବୃତ୍ତ ଫେରାର।
କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ପହଞ୍ଚିଲା ସାଇନ୍ଟିଫିକ୍ ଟିମ୍

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନସ୍ଥ କୋଷାବରା ଗାଁର ଡୁମେନ ମାଝୀ (୬୦) ନାମକ ଜଣେ ବୃଦ୍ଧଙ୍କୁ କେହି ଜଣେ ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ।ଗତ ୨ ତାରିଖ ଦିନ ଗାଁର ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ସକାଳ ସମୟରେ ଡୁମେନ୍ ମାଝୀ ଜଙ୍ଗଲକୁ ଯାଇଥିଲେ।ଏହି ସମୟରେ କେହି ଜଣେ ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ପରେ ନିର୍ମମ ଭାବେ ହତ୍ୟା କରି ଫେରାର ଥିବା ବିଷୟ ନେଇ ମୃତ ଡୁମେନ ମାଝୀଙ୍କ ଭାଇ ଲକ୍ଷ୍ମଣ ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମ ନିକଟ ପିପଲ ଭଟା ପଡିଆରେ ମୃତ ଦେହ ପଡ଼ିରହିଥିଲା।ହେଲେ କେଉଁ କାରଣରୁ ଏଭଳି ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି। ୩ ତାରିଖ ଦିନ ଥୁଆମୂଳ ରାମପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି।ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏସ୍.ଡି.ପିଓ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ଥୁଆମୂଳ ରାମପୁର ପୋଲିସ ସୂଚନା ଦେଇଛନ୍ତି।ଖୁବଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Comments
Loading...