କୋଶଲ ନ୍ୟୁଜ୍ ବ୍ୟୁରୋ ନବରଙ୍ଗପୁର: ନନ୍ଦପୁରା ଏବଂ ଘୋଡାଖୁଣ୍ଟା ଗ୍ରାମପଂଚାୟତର ନନ୍ଦପୁରା, ମେନଝର,ଡଙ୍ଗରା, ଘାଡାଖୁଣ୍ଟା ରେ ଡାବୁଗାଁ ବିଧାୟିକା ମୋନହର ରନ୍ଧାରିଙ୍କ ଦ୍ୱାରା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମିଶା ମସାରି ବଣ୍ଟନ ହୋଇଯାଇଛି ।
ବିଧାୟକ ଙ୍କ ଦ୍ୱାରା ଔଷଧ ମସାରି ବଣ୍ଟନ
ଅନ୍ୟାନ୍ୟ ଖବର ପଢନ୍ତୁ
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟର କିଛି ଅଧିକାରୀ ,ଜିଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା,ଡାବୁଗାଁ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଏମପି ପ୍ରତିନିଧି ଏମ.ଆପରାଓ , ଏମ. ବୁଲୁରାଓ ଅସକ କୁମାର ମୂର୍ତ୍ତି,ଡାବୁଗାଁ ସିଡିପିଓ ଯମୁନା ଭତ୍ରା, ସୁପ୍ରବାଇଜର ମିନତୀ ଦାସ ,ନନ୍ଦପୁରା ଅଙ୍ଗନବାଡି ସେକ୍ଟର ମାନଙ୍କ ଅଙ୍ଗନବାଡି କର୍ମୀମାନେ, ଆଶା ଦିଦି,ନର୍ସ ସମେତ ବହୁ ଅଧିକାରୀ ଉପସ୍ଥିତ ଥିବାବେଳେ ବିଧାୟିକା ମୋନହର ରନ୍ଧାରୀ ଔଷଧ ମିସା ମସାରି ଜନ ସାଧାରଣ ବ୍ୟବହାର କରିବା ପାଇଁ ନିଜର ବକ୍ତବ୍ୟ ରଖିଥିଲେ
ସମସ୍ତ ଜନସାଧାରଣ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଗଣାରେ ଔଷଧ ମିସା ମସାରି ପାଇପାରିବେ ବୋଲି ସେ ଉପସ୍ଥିତ ଥିବା ଜନସାଧାରଣଙ୍କୁ କହିଥିଲେ ଏବଂ ପର୍ଯ୍ୟାୟ କ୍ରମେ ସମସ୍ତ ଜନସାଧାରଣ ମସାରି ପାଇପାରିବେ ବୋଲି କହିଥିଲେ ଏବଂ ମସାରି ବଣ୍ଟନ କରିଥିଲେ ।
ଜିଲ୍ଲା ସମ୍ବାଦଦାତା - ନବରଙ୍ଗପୁର [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Next Post
Comments