ଦୁଷ୍କର୍ମ ଅଭିଯୋଗରେ ଗିରଫ ବନପାଳ

ମାଲକାନଗିରି (କୋଶଲ ନ୍ୟୁଜ୍) ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ବନପାଳ ମୁରଲିଧର ଅନୁଗୁଳିଆ ଗିରଫ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ଗତ ଏପ୍ରେଲ୍ ମାସ ୫ ତାରିଖ ରାତ୍ରିରେ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ l ଏହି ସମୟରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ତାଙ୍କ ସହ କରିଥିଲେ ଦୁଷ୍କର୍ମ । ଏହାପରେ ପିଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବନପାଳ ବାରମ୍ବାର ଯୁବତୀଙ୍କୁ ସହ ସମ୍ପର୍କ ରଖିଥିଲେ l ଉକ୍ତ ଘଟଣାଟି ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ପରିବାରର ଦୁଷ୍ଟି ଗୋଚରକୁ ଆସିବା ପରେ ଉଭୟ ପରିବାର ମିଶି ବିବାହ କରାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ଦିନ ପରେ ଦିନ ଗଡାଇ ଚାଲିଥିଲେ ବନପାଳ l ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଶେଷରେ ବାଧ୍ୟ ହୋଇ ପିଡିତା ଜଣକ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ଡି.ଜେ.ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୋଲିସ ଥାନା କେସ୍ ନମ୍ବର ୨୪୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳ ମୁରଲିଧର ଅନୁଗୁଳିଆଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Comments
Loading...