କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ

ବାଲିଗୁଡା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ ଆଇନଜୀବି କୌଶିକ ସାହୁ ମନୋନିତ ହୋଇଛନ୍ତି | ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀ ଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼ ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇଥିବା ବିଷୟ ବାଲିଗୁଡା ବନଖଣ୍ଡ ତରଫରୁ ଜଣାପଡିଛି l ଶ୍ରୀସାହୁ ଏଥି ପୂର୍ଵରୁ ୱାଇଲଡ଼ ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ |କନ୍ଧମାଳ ଜିଲ୍ଲା ର ଜଣାଶୁଣା ପରିବେଶବିତ, ବନ୍ୟଜନ୍ତୁ ସଂରକ୍ଷକ ଭାବେ ମଧ୍ୟ ଶ୍ରୀସାହୁ କାର୍ଯ୍ୟ କରି ଆସୁଛନ୍ତି | ଶ୍ରୀ ସାହୁ ଙ୍କ ଏହି ନୂତନ ନିଯୁକ୍ତି କୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି |

Comments
Loading...