ଧାନ କିଣା ପ୍ରସଙ୍ଗ ବିଜେପି ବିଧାୟକ ଦେଲେ ଆତ୍ମହତ୍ୟାର ଧମକ

କୋଶଲ ନ୍ୟୁଜ୍ ବ୍ୟୁରୋ : ଧାନ କିଣା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ । ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଖୁବଶୀଘ୍ର ଧାନ ଉଠାଇବାକୁ ଦାବି କଲେ ଦୁଇ ଦଳ । ଅନ୍ୟ ପଟେ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଚାଷୀଙ୍କ ଧାନ ନ ଉଠିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ସେହିପରି ଗୃହ ମଧ୍ୟକୁ ଆସି ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ସମାନ ଦାବି କରିଛନ୍ତି । ଯଦି ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛି ସେ ଧାନ ବିକିବ ଓ ସରକାର ଧାନ କିଣିବାକୁ ବାଧ୍ୟ । ଏ ନେଇ ଯୋଗାଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର । ଏହି ସମୟରେ ଉପ ବାଚସ୍ପତି ଓ ନରସିଂହଙ୍କ ମଧ୍ୟରେ କଥା କଟାକଟି ହେବା ସହ ମନ୍ତ୍ରୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଉତ୍ତର ଦେବେ ବୋଲି ଉପ ବାଚସ୍ପତି ଓ ସଂସଦିୟ ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ତେବେ ବିରୋଧୀ ଉତ୍ତର ଦାବି କରି ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଛନ୍ତି । ଏହା ସହ ନରସିଂହଙ୍କ ସମେତ କଂଗ୍ରେସ ବିଧାୟକ ୱେଲ ମଧ୍ୟରେ ଧାରଣାରେ ବସିବାକୁ ଉପବାଚସ୍ପତି ଗୃହ କାର୍ଯ୍ୟକୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।।
Comments
Loading...