ଗାଁ ଯୁବକଙ୍କ ଉଦ୍ୟମ, ୨ କିଲୋମିଟର ଏନଏଚ ମରାମତି

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ଦେଇ ଯାଇ ଥିବା ରାୟପୁର-ଗୋପାଳପୁର ୩୫୩ ନମ୍ବର ରାସ୍ତା ପେଣ୍ତରାବନ ଗାଁ ନିକଟରେ ୨ କିଲୋମିଟର ପର୍ଯ୍ୟନ୍ତ ଅତିଶୋଚନୀୟ ଥିଲା । ପେଣ୍ତରାବନର ମାଁ ପରଦେଶେନ ଯୁବ ଗୋଷ୍ଠୀର ୩୦ ଜଣ ସଭ୍ୟ ରାସ୍ତାକୁ ମରାମତି କରି ମହାନତାର ସନ୍ଦେଶ ଦେଇଛନ୍ତି ।
ନୂଆପଡା ଜିଲ୍ଲା ଦେଇ ଯାଇ ଥିଵା ଏନଏଚ ୩୫୩ ପେଣ୍ତରାବନ ଗାଁ ପାଖରେ ଖାଲ ହୋଇ ଯାଇଥିଲା । ଏହି ଖାଲ ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ କ୍ଷତି ହେଉ ଥିଲା । ପ୍ରଶାସନ କିମ୍ବା ଏନଏଚ ବିଭାଗ ଆବଶ୍ୟକ ମରାମତି କଲେ ନାହିଁ। ଫଳରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଲା । ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ କୋଡି କୋଦାଳ ଧରି ଆଗେଇ ଆସିଲେ ପେଣ୍ତରାବନ ଗାଁର ୩୦ ଜଣ ଯୁବକ । ଗାଁ ପାଖ ୨ କିଲୋମିଟର ମଧ୍ୟରେ ଥିବା ଖାଳ ସବୁକୁ ପଥର ,ଗୋଡି ମୁରୁମ ଦେଇ ପୋତିଲେ ।

ଏହି ମହାନ କାର୍ଯ୍ୟରେ ମାଁ ପରଦେଶେନ ଯୁବ ଗୋଷ୍ଠୀ ପେଣ୍ତରାବନର ସଭାପତି ହରିଶ୍ଚନ୍ଦ୍ର ମାଝୀ, ସଂପାଦକ ନୀଳଚକ୍ର ମାଝି, ସୁକୁମାର ସାହୁ,ଲଳିତ ମାଝୀ, ଗୌତମ ମାଝୀ, ଗୋବର୍ଦ୍ଧନ ବାଗ, ଓମଙ୍କାର ମାଝୀ,କୁଶଧର ମାଝୀ,ରଞନ ମାଝୀ, ପଦ୍ମଲୋଚନ ବରିହା,କପିଳ ମାଝୀ,ଜୟ ପ୍ରକାଶ ମାଝୀ ,ଉଗ୍ରସେନ ମାଝୀ ,ନିଳୁ ମାଝି, ହୢଦାନନ୍ଦ ମାଝି ,ଜିତେନ ସତନାମୀ, ବିପେନ ମାଝି ,ଜିତୁ ସତନାମୀ ,ସଦାନନ୍ଦ ହଂସ ,ଚୈତନ୍ୟ ବଘେଲ ପ୍ରମୁଖ

Comments
Loading...