ଡାବୁଗାଁରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ମିହିର ଶଙ୍କର ପାତ୍ରୋ –ଜିଲ୍ଲା ସମ୍ବାଦଦାତା
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):- 26/2- : ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।ଡାବୁଗାଁରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକି ମିଲିଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ର ପ୍ରଭାବ ପ୍ରାୟତଃ କିଛି କିଛି ଚାରିଆଡେ ଦେଖୁକୁ ମିଳିଛି , ରାସ୍ତା ଘାଟ ଶୂନଶାନ୍ ରହିବା ସହିତ ସବୁ ବ୍ୟବସାୟୀ ମାନେ ଏହି ବନ୍ଦ କୁ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖୁଛନ୍ତି ।

ଆଜି କେବଳ ଦୋକାନ ବଜାର ସହିତ ଅନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଅଫିସ୍ ଖୋଲା ରହିବା ହେତୁ ଯାନବାହାନ ଚଳାଚଳ ମଧ୍ୟ ସ୍ବଭାବିକ୍ ରହିଛି । ଜିଏସଟି ସରଳୀକରଣ , ଇ – କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି ।

ରିପୋର୍ଟ – ମିହିର ଶଙ୍କର ପାତ୍ର

ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

Comments
Loading...