କୋଶଲ ନ୍ୟୁଜର ପ୍ରଭାବ , ଜିଲ୍ଲାପାଳ ବଢାଇଲେ ସହାୟତାର ହାତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଦଶଘରିଆ ଗ୍ରାମରେ ଏକ ଶିଶୁର ମୁହଁରେ ମାଂସ ପିଣ୍ଡୁଳା ବଢ଼ିବାରେ ଲାଗିଥିଲା । ଏଣୁ ସରକାରୀ ସହାୟତା ଅପେକ୍ଷାରେ ରହିଥିଲେ ଗରିବ ପିତାମାତା । ଏହି କୋମଳମତି ଶିଶୁ ପୁତ୍ରର ବୟସ ଦୁଇ ବର୍ଷର ହେବ । ଅସହାୟ ପିତାମାତା ଏହି ଏକ ମାତ୍ର ଶିଶୁ ପୁତ୍ରର ଚିକିତ୍ସା କରାଇ ନ ପାରି ସରକାରୀ ସହାୟତାକୁ ଅନାଇ ରହିଥିଲେ । ରିଆମାଳ ବ୍ଲକ ଅନ୍ତର୍ଗତ ଦଶଘରିଆ ଗ୍ରାମର ଗରିବ ପରିବାର ଅନନ୍ତ ନାୟକ ଓ ତାଙ୍କ ସ୍ତ୍ରୀ ରେବତୀ ନାୟକ କୋଳରେ ଅଛି ଏହି ଦୁଇ ବର୍ଷର ଶିଶୁପୁତ୍ର କୁମାରେନ୍ଦ୍ର ।

@Deogarhdistadmn@HFWOdisha@nhmodisha@nabadasjsg@Soumya98671695@MoSarkar5T@SecyChief@CMO_Odisha
Kindly help sir @Naveen_Odishahttps://t.co/Dxndyra9g5 pic.twitter.com/2xVPPbAJVC

— Pradeep Singh (@singPradeepku16) February 23, 2021

ଏହି ଶିଶୁ ପୁତ୍ରଟି ଜନ୍ମ ହେବା ସମୟରେ ତାହାର ନାକ ଉପରେ ଥିଲା ଏକ ଛୋଟ ଚିହ୍ନ । ମାତ୍ର ବୟସ ବଢ଼ିବା ସହିତ ବଢ଼ିବାକୁ ଲାଗିଥିଲା ଏହାର ଆକାର । ଦୁଇ ବର୍ଷ ମଧ୍ୟରେ ଏହାର ଆକାର ବୃଦ୍ଧିପାଇଁ ଏକ ବଡ ମାଂସ ପିଣ୍ଡୁଳା (ଟ୍ୟୁମର) ରେ ପରିଣତ ହୋଇଥିଲା।ଏହି ଖବର ଆମର କୋଶଲ ନ୍ୟୁଜରେ ପ୍ରକାଶ ପାଇବା ପରେ କଳାହାଣ୍ଡିର ପ୍ରଦୀପ କୁମାର ସିଂହ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ ଯୋଗେ ଜଣେଇଥିଲେ, ସାଙ୍ଗେ ସାଙ୍ଗ ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ସହ ତାଙ୍କୁ SCB ମେଡ଼ିକାଲ କଲେଜ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଛନ୍ତି ବୋଲି ଦେବଗଡ଼ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।।
Comments
Loading...