କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର କରାଯିବା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଲକାନଗିରି ( କୋଶଲ ନ୍ୟୁଜ୍) ପ୍ରତି ବର୍ଷ ପରି ଚଳିତ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହକୁ ” ବନ ମହୋତ୍ସବ ସପ୍ତାହ ” ଏହି ଉତ୍ସବକୁ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ କରାଯିବା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଗତ ଶନିବାର ଦିନ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ହେଇଥିବା ପ୍ରମାଣ ପତ୍ର ଦିୟାଯାଇଥିଲା l ଏହି ଅବସରରେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଳକ୍ ଶିକ୍ଷାଧୁକାରୀଙ୍କ ପ୍ରଚେଷ୍ଟା କ୍ରମେ ଏକ ନିରାଡମ୍ବର ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତ 03:07:2021ଶନିବାର ଦିବା ଗୋଷ୍ଠୀ ଶିକ୍ଷାକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଇରପୁଟ ବ୍ଲକର ବରିଷ୍ଠ ସାମ୍ବାଦିକ ଶ୍ରୀ ରାମହରି ସାହୁ ଯୋଗ ଦେଇ ପ୍ରଥମେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ ସୁଶ୍ରୀ ଗାୟତ୍ରୀ ଦେବୀ କରିଥିବା ବେଳେ ସମ୍ମାନୀତ ଅତିଥୀ ଭାବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଞ୍ଜନ ଚୌଧୁରୀ ଯୋଗ ଦେଇଥିବା ବେଳେ ବ୍ଳକୁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ନେଲୁରୁ ଓ ସଂପାଦକ ବଳରାମ ପୂଜାରୀ , ଉପସଭାପତି ତ୍ରିନାଥ ପାଳ , ପରକନମାଳା CRCC ବ୍ରଜନାରାୟଣ ଦାସ , କାର୍ଯ୍ୟଳୟର ବରିଷ୍ଠ ସହାୟକ ଅନନ୍ତ ଦୋରା , ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ ଗଣ୍ଡ , ଓ ନିୟମିତ ହେବାକୁ ଥିବା ୫୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ କରିଥିଲେ । ଏହାପରେ କାର୍ଯ୍ୟାଳୟର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଞ୍ଜନ ଚୌଧୁରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ କରାଯିବା ଉପରେ ଏକ ମନ୍ତବ୍ୟ ଦେଇ ତତସହିତ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ କିଭଳି ଶିକ୍ଷାଦାନ ପାଇବେ ଗୁରୁତ୍ବାରୋପ କରିଥିଲେ । ବ୍ଲକ୍ ସଂଘ ସଂପାଦକ ଶ୍ରୀ ପୂଜାରୀ ସରକାରୀ ଚାକିରୀ ଓ ଶିକ୍ଷକତା ଉପରେ ଆଲୋଚନା କରି ଶିକ୍ଷକ ବଦଳରେ ଏକ ଉତ୍ତମ ଗୁରୁ ହେବାପାଇଁ ଚେଷ୍ଟା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁ ସମାଜ ଗଠନରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଜଣେ ଆଦର୍ଶ ଶିକ୍ଷକ ଭାବରେ ମାତୃଭାଷା ଓଡ଼ିଆ ଉପରେ ଗୁରୁତ୍ବାରୋପ କରିଥିଲେ । ତା ‘ ପରେ ସଂଘର ସଭାପତି ଶ୍ରୀନେରୁରୁ ଶିକ୍ଷକମାନଙ୍କ ଚରିତ୍ର ଗଠନ ଓ ନିଯୁକ୍ତି ହୋଇଥିବା ଅଞ୍ଚଳରେ ଲୋକସମ୍ପର୍କ ସହ ଲୋକଙ୍କ ଉନ୍ନତି କରିବାକୁ ଆହ୍ବାନ କରିଥିଲେ । ଏବଂ ଉପସ୍ଥିତ ଥିବା ଯୁବ ଶିକ୍ଷକମାନେ ଶିକ୍ଷା ଉପରେ ଗୁରୁତ୍ବାରୋପ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଶେଷରେ ସୁଶ୍ରୀ ଗାୟତ୍ରୀ ଦେବୀ ସୁନ୍ଦର ଗୀତ ମାଧ୍ୟମରେ ” ଆଜିର ଏ ଶୁଭ ଲଗନେ ଅଭୁଲା ଏକ ଝଲକ ଆମରି ଏଇ ଜୀବନେ ଆହୁରି ଆସୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୃଢ ସଂକଳ୍ପ ନେବାପାଇଁ କହିଥିଲେ , ଯାହା ଫଳରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଶେଷରେ ଗୋଷ୍ଠୀ ଶିକ୍ଷାଧୁକାରୀ , ମହୋଦୟା ଧନ୍ୟବାଦ ଅର୍ପଣ କରି ସଭା ସଂଗ କରିଥିଲେ।

Comments
Loading...