ଅସହାୟକୁ ସାହାଯ୍ୟ କଲେ ମାଁ ତାରିଣୀ ଭକ୍ତ ତଥା ସମାଜ ସେବୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):- ଡାବୁଗାଁ ବ୍ଲକ ଠାରେ ରହୁଥିବା *ଜଣା ଶୁଣା ତାରିଣୀ ଭକ୍ତ ତଥା ସମାଜ ସେବୀ ଦାମଧର ପାତ୍ର(ବଡ ବାବୁ)* ଜଣେ କିଶୋର ନାମକ ପାଗଲକୁ ଡ୍ରେସ ଆଉ ପେଣ୍ଟ ଦେଇଥିଲ ।ସେ ପାଗଳ ନିର୍ବସ୍ତ୍ର ହୋଇ ଇତସ୍ତତଃ ବୁଲୁଥିଲା । ଏଭଳି ସେ ବହୁବାର ସେ ପାଗଲକୁ ନୂଆ ପିନ୍ଧିବା ପାଇଁ ଦେଇଥିବା ସ୍ଥାନୀୟ ବାସିନ୍ଦା ବ୍ୟକ୍ତ କରନ୍ତି ।ଏହି ପାଗଳ ଆଜିକୁ ପ୍ରାୟ 7/8 ବର୍ଷ ହେବ ଡାବୁଗାଁ ଅଞ୍ଚଳରେ ରହୁଛି ।ଦାମଧର ବହୁବାର ସେ ପାଗଲକୁ ଖାଇବା ମଧ୍ୟ ଆଣିକି ଦିଅନ୍ତି ।ଦାମଧର ଜଣେ ମଧ୍ୟବିତ୍ତ ପରିବାର ହାଇଥିଲେ ମଧ୍ୟ ସେ ପ୍ରକୃତରେ ହୃଦୟରୁଧନୀ ।ଦାମଧରଙ୍କ ଭଳି ସମସ୍ତେ ଏଭଳି ଅସହ୍ୟ ମାନଙ୍କୁ ସାହାଯ୍ୟକରିବା ଆବଶ୍ୟକ । ଅନ୍ୟ ବ୍ୟକ୍ତି ମାନଙ୍କୁ ଦାମଧରଙ୍କ (ବଡ଼ ବାବୁଙ୍କ) ଏଭଳି କାର୍ଯ୍ୟ ପ୍ରେରଣା ଦେବ ।

ରିପୋର୍ଟ – ମିହିର ଶଙ୍କର ପାତ୍ର

ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

Comments
Loading...