ଦୃଢ ଇଚ୍ଛା ଶକ୍ତି ଯୋଗୁଁ ମାଁ ଙ୍କ ସ୍ବପ୍ନକୁ ପୂରଣ କଲା ଶରତ ପ୍ରଥମ ସ୍ଥାନରେ ପାସ କଲା ଦଶମ ପରୀକ୍ଷା

ମାଲକାନଗିରି (କୋଶଲ ନ୍ୟୁଜ୍) ସନ୍ତାନର ଆବଶ୍ୟକତାକୁ ବୁଝି, ସନ୍ତାନ କିଛି କହିବା ପୂର୍ବରୁ ବାପା ମାଁ ନିଜ ସନ୍ତାନର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି l କିନ୍ତୁ ଜଣେ ଅନାଥ ସେ କିପରି ମାଁର ଇଚ୍ଛାକୁ ପୂରଣ କରିପାରିଲା, ତାହା ଆଜି ଏହି ଖବର ମାଧ୍ୟମରେ ଆପଣଙ୍କୁ କହିବାକୁ ଯାଉଛୁ l ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ଗାଁର ବାଳକ ଶରତ କବାସି ନିଜର ଅଧ୍ୟୟନ ତଥା ଜୀବିକା ନିର୍ବାହ ପାଇଁ ଶ୍ରମିକ ଭାବରେ ଅନ୍ୟ ପାଖରେ କାର୍ଯ୍ୟ କରି ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି l ଶରତ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାର ବାପାଙ୍କର ମୃତ୍ୟୁ ହେଇଥିଲା l ସ୍ୱାମୀଙ୍କ ମୃତ୍ୟୁ ପରେ ଶରତର ମାଁ ଭାଙ୍ଗି ନ ପଡି ଶରତକୁ ଉଚ୍ଚ ଶିକ୍ଷା ଦେବା ପାଇଁ ଲୋକଙ୍କ ଘରେ ଦିନ ମଜୁରିଆ କାମ କରୁଥିଲେ l ହେଲେ ଭାଗ୍ୟର ବିଳମ୍ବନା ଶରତକୁ ଉଚ୍ଚ ଶିକ୍ଷା ଦେବାର ସ୍ବପ୍ନ ଦେଖୁଥିବା ମାଁ ଦୁଇ ବର୍ଷ ପୂର୍ବେ ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା l ମାଁଙ୍କ ମୃତ୍ୟୁ ବେଳେ ଶରତ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା l ଏଥିରେ ମଧ୍ୟ ଭାଙ୍ଗି ନ ପଡି ମାଁଙ୍କ ଇଚ୍ଛା ପୂରଣ କରିବା ପାଇଁ ଶରତ ଲୋକଙ୍କ ଚାଷ ଜମିରେ ଛୋଟ ଛୋଟ କାମ କରିବା ସହ ନିଜର ଦୈନିକ କାର୍ଯ୍ୟ ମଧ୍ୟ କରୁଥିଲେ l ଗତ ବର୍ଷ କରୋନା ମହାମାରୀ ଯୋଗୁଁ ସବୁଠାରେ ଅନଲାଇନ କ୍ଲାସ ହେଉଥିଲା l ଅନଲାଇନ କ୍ଲାସ କରିବା ପାଇଁ ଶରତ ନିଜ ରୋଜଗାରରୁ ସଞ୍ଚୟ କରିଥିବା ଟଙ୍କାରେ ଏକ ସ୍ମାର୍ଟଫୋନ୍ କିଣି ଅନଲାଇନରେ ଅଧ୍ୟୟନ ଜାରି ରଖିଥିଲେ l ଘର ଚଳେଇବା ନିମନ୍ତେ ଲୋକଙ୍କ ବିଲରେ ଦିନ ମଜୁରିଆ ପରେ ଗତ ଦୁଇ ବର୍ଷ ଧରି ଅନଲାଇନରେ ଅଧ୍ୟୟନ କରୁଥିଲେ l ଏତେ କଷ୍ଟରେ ପାଠ ପଢି ଶରତ ଦଶମ ପରୀକ୍ଷାରେ 420 ମାର୍କ ରଖି 70% ରେ ପ୍ରଥମ ସ୍ଥାନରେ ପାସ କରିଛି l ଶରତର ଏହି କୃତି କାର୍ଯ୍ୟ ପାଇଁ ସେ ସ୍ଥାନୀୟରେ ଚର୍ଚ୍ଚାର ଅଛନ୍ତି l ଶରତକୁ ଉଚ୍ଚ ଶିକ୍ଷା ପାଇଁ ପ୍ରଶାସନ ତରଫରୁ କୌଣସି ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟରେ ଦାବି ହେଉଛି l

Comments
Loading...