ତେଲ ନଦୀ ସେତୁ ର ଅବସ୍ଥା କହିଲେ ନସରେ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରୁ ପଶ୍ଚିମ ଓଡିଶା ଏବଂ ପୂର୍ବ ଓଡିଶା କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ବ୍ରିଜ ମଝିରେ ଗାତ ହେବା ସହ ମଇଳା ବାଲି ପଡି ରହିଛି ଏହା ବ୍ୟତୀତ ବ୍ରିଜ ମଧ୍ୟରେ ବୁଲା ଗାଈ ଗୋରୁ ଶୋଇ ରହି ଥିବାରୁ ଯାତାୟାତ ରେ ବହୁ ଅସୁବିଧା ସୃଷ୍ଟି ହେଉଛି | ଉକ୍ତ ସେତୁକୁ 1970 ମସିହା ରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଉ ଶୁଭ ଦେଇଥିଲେ | ଏହି ସେତୁକୁ 1973 ରେ ତତ୍କାଳୀନ ରାଜ୍ୟପାଳ ବି ଡି ଯତି ଉଦଘାଟନ କରିଥିଲେ | ଏହି ସେତୁର ମରାମତି ଏବଂ ରକ୍ଷଣା ବେକ୍ଷଣ କରିବା ନିତାନ୍ତ ଆବଶ୍ୟକ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି |

Comments
Loading...