ଭାରସ୍ୟାମ ହରାଇ ଦୋକାନ ଘର ଓ ଇଲେକ୍ଟ୍ରି ପୋଲକୁ ପିଟିଲା ହାଇୱା ଦୋକାନ ଭିତରେ ଥିବା ଶାଶୁ ବେହସ ଓ ବହୁଙ୍କର ଆଣ୍ଠୁ ଫାଟି ଯାଇଛି

କୋଶଲ ନ୍ୟୁଜ୍ ବ୍ୟୁରୋ  : ଭାରସ୍ୟାମ ହରାଇ ଦୋକାନ ଗୃହକୁ ଭାଙ୍ଗିଲା ହାଇୱା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟା ସମୟରେ ଦୂର୍ଗା କମ୍ପାନୀର ଦଶଚକିଆ ହାଇୱା ଟ୍ରକଟି ଟିଙ୍କବୀର ପଟୁ କଣ୍ଟାବାହାଳ ଅଭିମୁଖେ ଯାଉଥିବା ସମୟରେ କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ସାତକିଆରୀ ଛକ ଆଲକ ସାହୁଙ୍କ ଦେକାନ ଘରକୁ ମାଡି ଯାଇଛି । ଏବଂ ଦୋକାନ ଭିତରେ ବସିଥିବା ତାଙ୍କ ମାଆଙ୍କର ମୁଣ୍ଡ ଫାଟିଯିବା ସହିତ ସେ ବେହୋସ ମଧ୍ୟ ଅଛନ୍ତି । ତା ସହିତ ତାଙ୍କ ସ୍ତ୍ରୀ ହାଇୱା ଗାଡି ମାଡିଯାଉଥିବା ସମୟରେ ଦୋଉଡି ପଲେଇଯିବା ବେଳେ ତଳେ ପଡି ଯିବାରୁ ତାଙ୍କର ଗୋଡର ଆଣ୍ଠୁ ଫାଟିଯାଇଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତାବର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ।।
Comments
Loading...