ମାଓ ପୋଷ୍ଟର ଦେଖି ସ୍ଥାନୀୟରେ ଭୟର ବାତାବରଣ ଚିନ୍ତାରେ ଅଞ୍ଚଳ ବାସୀ

ମାଲକାନଗିରି (କୋଶଲ ନ୍ୟୁଜ୍) ବହୁଦିନ ନୀରବତା ପରେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକ ପୂର୍ଣ ପୋଷ୍ଟର l ସରକାର ଓ ପୋଲିସକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ନାମରେ ଆସିଲା ଲାଲ ବାହିନୀ ଧମକ ପୂର୍ଣ ପୋଷ୍ଟର । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଅଣ୍ଡାପାଲି ଅଞ୍ଚଳରେ କୁଡ଼ୁମୁଲୁଗୁମ୍ମା ଆଞ୍ଚଳିକ କମିଟି ଦ୍ଵାରା ଜାରି ହୋଇଛି ମାଓ ପୋଷ୍ଟର ।ଜନସାଧାରଣଙ୍କୁ PLGA ରେ ସାମିଲ ହେବାକୁ ଆହ୍ଵାନ ଦେବା ସହ ସରକାର ଓ ପୋଲିସ କୁ ସହଯୋଗ କରୁଥିବା ଆନ୍ଦ୍ରୁ, ଦମ୍ବରୁ, ରାମା ରାଓ, ମନୁ , ଶ୍ୟାମ ଏବଂ ରାଜୁଙ୍କ ନାମରେ ଦିୟାଯାଇଛି ଧମକ । ବିଶେଷ କରି ମହିଳା ମାନଙ୍କୁ ମାଓ ସଙ୍ଗଠନ ରେ ସାମିଲ ହେବାପାଇଁ କୁଦୁମୁଲୁଗୁମ୍ମା ଆଞ୍ଚଳିକ କମିଟି ଆହ୍ଵାନ ଦେଇଛି ।

ଗୋରାସେତୁରେ ଥିବା BSF କ୍ୟାମ୍ପକୁ ବିରୋଧ କରିବା ସହ ଗୋରସେତୁର ଲାଲ୍ ଗୃହ ନିକଟରେ ଥିବା ସମସ୍ତ ଦୋକାନ ବଜାରକୁ ତୁରନ୍ତ ଉଠାଇବାକୁ ପୋଷ୍ଟର ରେ ଲେଖା ଯାଇଛି । ସୁରକ୍ଷା ବଳୟ ଭିତରେ ଥିବା ସ୍ୱାଭିମାନ ଅଞ୍ଚଳରେ ପୋଷ୍ଟେର କିଭଳି ମରାଗଲା ଓ ଧମକ ମିଳିଥିବା ଲୋକଙ୍କୁ ପୋଲିସ ପକ୍ଷରୁ କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଉଛି ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲିଟିଛି ।

Comments
Loading...