କେଇ ଘଣ୍ଟାର ବର୍ଷାରେ ବେହାଲ ଅଞ୍ଚଳ ବାସୀ

ମାଲକାନଗିରି (କୋଶଲ ନ୍ୟୁଜ୍) ବର୍ଷା ଆରମ୍ଭରେ ହିଁ ମାତ୍ର କେଇ ଘଣ୍ଟାର ବର୍ଷାରେ ରାସ୍ତା ଉପର ଦେଇ ଯାଉଛି ବର୍ଷା ପାଣି ଚିନ୍ତାରେ ଅଞ୍ଚଳ ବାସୀ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକକୁ ସଂଯୋଗ କରୁଥିବା କାଲିମେଳା ର ପୁଷୁଗୁଡା ମୁଖ୍ୟ ରାସ୍ତା ୨ଟି କଲଭର୍ଟ ଉପର ଦେଇ ଯାଉଛି ବର୍ଷା ପାଣି l ଢ଼ାଳୁଆ ଜାଗା ହେଇଥିବାରୁ ପାହାଡ଼ ଜମିର ପାଣି ସବୁ ଏହି ରାସ୍ତା ଉପର ଦେଇ ଯାଉଛି lଖୋଦ ବ୍ଲକ ଚେୟାରମ୍ୟାନଙ୍କ, ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ଘର ଏହି କାଲଭର୍ଟ ନିକଟସ୍ଥ ହେଉଥିବା ବେଳେ ସେ କିପରି ଭାବେ ଏହାକୁ ଦେଖି ନିରବ ଅଛନ୍ତି l

ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଲୋକ, ଗାଡି ମଟର ଆଦି ଯିବା ଆସିବା କରିଥାନ୍ତି l ରାସ୍ତା ଉପରେ ପାଣି ଥିବାରୁ ଜଣ ଜୀବନ ହନ୍ତସନ୍ତ ହେଉଛନ୍ତି l ତେଣୁ ରାସ୍ତା ନିକଟରେ ଗାର୍ଡୱାଲ ତିଆରି ହେବା ପାଇଁ ସ୍ଥାନୀୟରେ ଦାବି ହେଉଛି l

Comments
Loading...