ସ୍ବାମୀ ମରିବାର ୩ ବର୍ଷ ପରେ ମଧ୍ୟ ଚେମଣ୍ଟି ପେଣ୍ଠେଇକୁ ମିଳି ପାରୁନି ବିଧବା ଭତ୍ତା

ଦେବଗଡ଼: (କୋଶଲ ନ୍ୟୁଜ) ସ୍ବାମୀ ମରିବାର ୩ ବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଚେମଣ୍ଟି ପେଣ୍ଠେଇ ଏ ଘଟଣାଟି ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମର ଚେମଣ୍ଟି ପେଣ୍ଠେଇ ଙ୍କ ଦୁଃଖ ଭରା କାହାଣୀ ସ୍ବାମୀ ମିଲୁ ପେଣ୍ଠେଇ ମରିବାର ଆଜକୁ ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ଭତ୍ତା ଖଣ୍ଡିଏ ମିଳିପାରୁ ନଥିବା ଆମ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି । ଏ ବିଷୟରେ ବହୁଥର ଗ୍ରାମର ଓ୍ବାଡମେମ୍ବର ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ ଓ ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରିଆମାଳ ବ୍ଲକ କୁ ଆସି ନିରାଶ ହେବା ପରେ ଆମ ଗଣମାଧ୍ୟମର ସହାୟତା ଲୋଡିଛନ୍ତି ।

ଆମ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାର ଚେମଣ୍ଟି ପେଣ୍ଠେଇକୁ ବିଧବା ଭତ୍ତା ଖଣ୍ଡିଏ ଯୋଗାଇ ଦେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।

Comments
Loading...