ଓଡିଶା ସରକାର ପଶ୍ଚିମ ଓଡିଶା ର ଭଗାରି ! ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପଶ୍ଚିମ ଓଡିଶା କୁ ଶୁନ୍ୟ

ପଶ୍ଚିମ ଓଡ଼ିଶା (କୋଶଲ ନ୍ୟଜ୍): ରାଜ୍ୟ ଭାରତୀୟ ଜନତା ପାର୍ଟିର ସଭାପତି ସମୀର ମହାନ୍ତି କଂ ନିର୍ଦ୍ଦେଶ କ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶାର ୧୩ ଟି ଜିଲ୍ଲା ମଧ୍ୟରୁ କେବଳ ମାତ୍ର ଝାରସୁଗୁଡ଼ା ଜିଲ୍ଲା କୁ ମାତ୍ର ୪ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ଦେଇଛନ୍ତି, ବାକି ସମସ୍ତ ଜିଲ୍ଳା ଦେଇ ନାହାଁନ୍ତି, ତେଣୁ ଆଜି ରାଜ୍ୟ ସଭାପତି କଂ ନିର୍ଦ୍ଦେଶ କ୍ରମେ  ବରଗଡ ସାଂସଦ ସୁରେଶ ପୂଜାରୀ କଂ ଅତାବିରା ନିର୍ବାଚନମଣ୍ଡଳୀ ଭେଡେନ ବ୍ଲକ ସାଂସଦଙ୍କ ପ୍ରତିନିଧି ବିପିନ ଭୁସାଗର କଂ ନେତୃତ୍ବରେ ଭେଡେନ ବିଡିଓ ରଘୁନାଥ ପାଣିଗ୍ରାହୀ କୁଂ ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅତାବିରା ସାଂସଦ ପ୍ରତିନିଧି ସୁନଂଦା ମେହେର, ଅତାବିରା ନିର୍ବାଚନମଣ୍ଡଳୀ ବିଜେପି ନେତା ମିଲନ ସେଟ, କୁଶ କୁମ୍ଭାର, ଉର୍କୁଲୁ ତାଣ୍ଡି, ସରୋଜ ମିଶ୍ର, ସୁଶାନ୍ତ ମିଶ୍ର, ଭରତ ବେହେରା, ଏହା ସହିତ ଭେଡେନ ବ୍ଲକ ମଣ୍ଡଳ ସଭାପତି ଧନେଶ୍ଵର ପାଢୀ, ଭୀମସେନ ମଲ୍ଲିକ ଓ ଜୟଦେବ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଟେଲ, ଆନଂଦ ଅଗ୍ରୱାଲ, ଶେଷଦେବ କର୍ଣ୍ଣ, ସୁରୁବାବୁ କର୍ମି, ଜ୍ଞାନେନ୍ଦ୍ର ଛଂଦ, ବିଜୟ କର୍ମି ସମେତ ବହୁ ବିଜେପି କର୍ମୀ ଓ ମହିଳା କର୍ମୀମାନେ ଯୋଗଦାନ କରିଥିଲେ। ଜିଲ୍ଲା ସଂପାଦକ ଯଶୋବନ୍ତ ସେଠ୍ ଦାବି ପତ୍ର ପାଠ କରିଥିଲେ ଓ ଦାବୀ ପତ୍ର ପ୍ରଦାନ କରିଥିଲେ। 

Comments
Loading...