ବିକଳାଙ୍ଗ ହୋଇ ମଧ୍ୟ ହାର ମାନିନି ନିଲା,ସରକାରୀ ସାହାଯ୍ୟକୁ ଅପେକ୍ଷା

ମାଲକାନଗିରି (କୋଶଲ ନ୍ୟୁଜ୍) ବିକଳାଙ୍ଗ ହୋଇ ଗାଁ ଗାଁ ବୁଲି କରେ ସବୁ କାମ ହାର ମାନିନି ଆଦିବାସୀ ପୁଅ ନିଲା lମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର କାନ୍ଦାପଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମରେ ରହୁଥିବା ନିଲା ମାଡକାମୀଙ୍କ ହୃଦୟ ବିଦାରିତ କରୁଥିବା କରୁଣ କାହାଣୀ l ନିଲାର ବାପା ମା ନ ଥିବା ବେଳେ ଗରିବ ନିଲା ବଡ଼ ଦୁଃଖ କଷ୍ଟରେ କାଟୁଛି ତାଙ୍କ ଜୀବନ l ପିଲା ବେଳରୁ ବିକଳାଙ୍ଗ ଛାତି ଫୁଲି ରହିଥିବା ସହ ପିଠି ମଧ୍ୟ ଫୁଲି ରହିଥିବା ଜଣାପଡ଼ିଛି l ନୀଳାଙ୍କ କହିବା ଅନୁସାରେ ଅଧିକ ସମୟ କାମ କଲେ କଷ୍ଟ ଅନୁଭବ କରନ୍ତି l ବିକଳାଙ୍ଗ ହୋଇ ମଧ୍ୟ ଗାଡ଼ି ଚଳାଇବା ସହ ଗାଁ ଗାଁ ବୁଲି କୁଲି ମଜୁରିଆ କାମ କରି ଯାହା ଅର୍ଥ ଉପାର୍ଜନା କରେ ତାହାକୁ ପରିବାର ଚଳାଇବାରେ ଖର୍ଚ୍ଚ ହୋଇଯାଏ l କରୋନା ମହାମାରୀରେ ନିଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ୍ନ ହୋଇଥିବା କହିଛନ୍ତି l

ସରକାରୀ ଯୋଜନାରୁ ଗୋଟିଏ ଇନ୍ଦ୍ରାବାସ ଘରଟିଏ ମଧ୍ୟ ମିଳିପାରି ନାହିଁ, ଯାହାଫଳରେ ଗୋଟିଏ କୁଡ଼ିଆ ଘରେ ନିଜ ସ୍ତ୍ରୀ ସହ ରହୁଥିବା ସହ ବୁଲିବୁଲି କୁଲିକାମ କରେ ନିଲା l ପ୍ରଶାସନ ତରଫରୁ ନିଲାର ଚିକିତ୍ସା ସହ କିଛି ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟରେ ଦାବି ହେଉଛି l

Comments
Loading...