ଗାଇସିଲେଟ ବ୍ଲକ ଵୁ୍ରୋମୁଣ୍ଡା ଠାରେ ବରଗଡ଼ ସାଂସଦ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବରଗଡ଼(କୋଶଲ ନ୍ୟଜ୍) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଲୋକ ଅଦାଲତ ତଥା ଜନଶୁଣାଣି କରିଥିଲେ । ବ୍ଲକ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ମହିଳା ଏବଂ ପୁରୁଷ ନିଜ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ନେଇ ସାଂସଦରେ ପାଖରେ ଅଭିଯୋଗ କରିଥିଲେ । ଏହି ଅବସରରେ ଵୁରୋମୁଣ୍ଡା ପଞ୍ଚାୟତ ର ଵୁରୋମୁଣ୍ଡା ଗ୍ରାମର ମହିଲା ମାନେ ସେମାନଙ୍କୁ ମିଲିଥିଵା ୪ ଡିସିମିଲ ପଟ୍ଟା ର ଜମି ଚିହ୍ନଟ ପାଇଁ ସାଂସଦ ଙ୍କ ଅନୁରୋଧ କରିଥିଲେ । ସାଂସଦ ଙ୍କ ନିର୍ଦ୍ଦେଶରେ ଗାଇସିଲେଟ ତହସିଲିଦାର ୧୫ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଜଣାଶୁଣାଣି ବେଲେ ଗାଇସିଲେଟ ବ୍ଲକର ୬ ଟି ପଞ୍ଚାୟତକୁ ମାଣ୍ଡିଆ ନ ମିଲୁନଥିଵାରୁ ଯଜ୍ଞେଶ୍ଵର ପଧାନ ଅଭିଯୋଗ କରିଥିଲେ।

ମାଣ୍ଡିଆ ଵଦରେ ଚାଉଳ ଦେଵା ପାଇଁ ସପ୍ଲାଏ ଇନିସପେକ୍ଟର ମାଡାମା ମଧ୍ୟ ପ୍ରତିଶୃତି ଦେଇଥିଲେ ସାଂସଦ ଶ୍ରୀମାନ ସୁରେଶ ପୂଜାରୀ ଏ ସଵୁର ସମାଧାନ ଶିଘ୍ର କରିଥିଵାରୁ ଗାଇସିଲେଟ ମଣ୍ଡଳ ଉପସଭାପତି ଯଜ୍ଞେଶ୍ଵର ପଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...