ଗାଁ କଲ୍ଯାଣ ସମିତି ମାଧ୍ୟମରେ ନନ୍ଦପୁରା ଏବଂ ଘୋଡାଖୁଣ୍ଟା ପଞ୍ଚାୟତ ରେ କରୋନା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର -ଓଡିଶାରାଜ୍ୟ ରୁ ମହାମାରୀ କରୋନା କୁ ବିଲୁପ୍ତ କରିବା ନେଇ ରାଜ୍ୟସରକାରଙ୍କ ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲିଛି l ଏ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ନନ୍ଦପୁରା ଓ ଘୋଡାଖୁଣ୍ଟା ପଞ୍ଚାୟତରେ । ଅଙ୍ଗନବାଡି ଦିଦିମାନେ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା ରାଲି ର ଆୟୋଜନ କରି ଗାଁ ଗହଳିର ଲୋକଙ୍କୁ ସଚେତନ କରିଥିଲେ। ଆଜି ନନ୍ଦପୁରା ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ବାହାରି ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ମେଗାଫୋନ ଜରିଆରେ ଦେଇଥିଲେ ଏବଂ ରାଲି ପରେ ମାଆମାନଙ୍କୁ ହାତ ଧୂଆପଦ୍ଧତି କେମିତି କରିବେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ସରକାର ଙ୍କ ପକ୍ଷରୁ ଦିଆଯାଉଥିବା କରୋନା ପ୍ରତିଷେଧ ଟୀକା ସମସ୍ତେ ନେବାକୁ ଅଙ୍ଗନବାଡି ଦିଦି ମାନେ ଜନସାଧାରଣ ଙ୍କୁ ଅନୁରୋଧ କରିବା ସହ ଜନସାଧାରଣଙ୍କୁ ମାକ୍ସ ସଦାସର୍ବଦା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ମାଗଣାରେ ମାକ୍ସ ବଣ୍ଟନ କରିଥିଲା । ଏଅବସର ରେ ନନ୍ଦପୁରା ପଞ୍ଚାୟତର ନନ୍ଦପୁରା, ମେଞ୍ଜର ଏବଂ ଘୋଡାଖୁଣ୍ଟା ପଞ୍ଚାୟତ ରୋ ଘୋଡାଖୁଣ୍ଟା ଅଙ୍ଗନବାଡି ମାନେ ଉପସ୍ଥିତ ଥିଲେ । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...