ଡକାୟତି ମାମଲାରେ ୧୨ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ମାଲକାନଗିରି (କୋଶଲ ନ୍ୟୁଜ୍) ଯୁବକଙ୍କୁ ମାଡ଼ମାରିବା ସହ ଡକାୟତି କରିବା ଅଭିଯୋଗରେ ପୋଲିସ ୧୨ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗତ ୩ ତାରିଖ ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା ପଡିଆ ଥାନା ଅର୍ନ୍ତଗତ ଏମଭି ୫୯ ଗ୍ରାମର ଜଣେ ଯୁବକଙ୍କୁ ଏମଭି ୫୯ ଗ୍ରାମର ୧୨ ଜଣ ଲୋକ ସେହି ଗ୍ରାମର ପରମାନନ୍ଦ ବିଶ୍ବାସ ଙ୍କୁ ଛତ୍ତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାର ପେଣ୍ଟା ଗ୍ରାମରେ ଆକ୍ରମଣ କରି ଗୋଟିଏ ମୋବାଇଲ, ୨୫ ହଜାର ଟଙ୍କା ଓ ରୁପେଲି ରଙ୍ଗର ଏକ ବୁଲେଟ୍ ମୋଟର ସାଇକଲ କୁ ନେଇ ଯାଇଥିଲେ । ଆକ୍ରମଣ କାରୀ ମାନଙ୍କଠୁ ନିଜକୁ ରକ୍ଷା କରିବାର ଚେଷ୍ଟା କରିବା ବେଳେ ଆତତାୟୀ ମାନେ କୌଣଷି ଏକ ଓଜନିଆ ଅସ୍ତ୍ର ସାହାଯ୍ୟରେ ପ୍ରେମାନନ୍ଦ ର ବାମ ହାତକୁ ପ୍ରହାର କରିଥିଲେ। ଏଥିରେ ପ୍ରେମାନନ୍ଦ ର ବାମ ହାତ ଭାଙ୍ଗି ଯାଇଥିଲା ବେଳେ ସେ କୌଣଷି ମୋତେ ସେଠାରୁ ଖସି ପକାଇଥିଲା। ଏହାପରେ ଦୁର୍ବୁତ୍ତ ମାନେ ସେଠାରେ ଥିବା ପ୍ରେମାନନ୍ଦ ର ମୋବାଇଲ, ୨୫ ହଜାର ଟଙ୍କା ଓ ରୁପେଲି ରଙ୍ଗର ଏକ ବୁଲେଟ୍ ମୋଟର ସାଇକଲ କୁ ଧରି ଚାଲିଯାଇଥିଲେ। ଏ ବାବଦରେ ଗତ ୬ ତାରିଖ ଦିନ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କ ନେତୃତ୍ଵରେ ଏଏସଆଇ ବିଜୟ କୁମାର ବେନିଆ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣ ଅପରାଧୀ (ନନୀ ଗୋପାଲ ପାଣ୍ଡେ, ବିଶ୍ୱଜିତ୍ ମଣ୍ଡଲ, ପ୍ରକାଶ ସାନା, ଶିବାଜୀ ବୋଷ, ରଞ୍ଜିତ ବିଶ୍ବାସ, ସୁଜିତ୍ ମଣ୍ଡଲ, ସୁଜୟ ମଣ୍ଡଲ, ବିଧାନ ପାଣ୍ଡେ, ଅଖିଲ ପାଣ୍ଡେ, ରାମ ଚନ୍ଦ୍ର ପାଣ୍ଡେ, ବିଦ୍ୟୁତ୍ ପାଣ୍ଡେ ସମେତ ଲକ୍ଷ୍ମଣ ପାଣ୍ଡେ )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।ଏ ବାବଦରେ ପଡିଆ ଥାନାରେ ମାମଲା ସଂଖ୍ୟା ୩୮/୨୧ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୧୪୭/ ୧୪୮/ ୩୯୫/ ୩୯୭/ ୩୯୮/ ୧୪୯ ରେ ଏକ ମାମଲା ରୁଜୁ କରାଯାଇଥିବା ପଡିଆ ଥାନା ଅଧିକାରୀ ଶ୍ରୀ ନିଶିକା କହିଛନ୍ତି।

Comments
Loading...