ବୌଦ୍ଧ ରେ ମାଓବାଦୀ ସକ୍ରିୟ

ବୌଦ୍ଧ (କୋଶଲ ନ୍ୟୁଜ୍) ପଛୁଆ ଜିଲ୍ଲା ଭାବରେ ପରିଚିତ ବୌଦ୍ଧ ଜିଲ୍ଲା ରେ ଗତ କାଲି ମାଓବାଦୀ ଗତିବିଧି ବୃଦ୍ଧି ପାଇଛି | ମିଳିଥିବା ସୂଚନା ଆଧାର ରେ ଗତ ବର୍ଷ ସରକାର ବୌଦ୍ଧ ଜିଲ୍ଲା କୁ ମାଓବାଦୀ ମୁକ୍ତ ଜିଲ୍ଲା ରୂପେ ଘୋଷଣା କରିଥିଲେ କିନ୍ତୁ ଗତ କାଲି ର ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି ଜିଲ୍ଲା ର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରେ ଲୋକେ ଭୟଭୀତ ହୋଇଯାଇଛନ୍ତି | ଗତ କାଲି ର ସୁରକ୍ଷା କର୍ମୀ ଏବଂ ମାଓବାଦୀ ଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ କେତେକ ଯବାନ ଆହତ ହୋଇଛନ୍ତି |ଆଜି ବୌଦ୍ଧ ଜିଲ୍ଲା ର ଘଟଣା ଘଟିଥିବା ବୌଦ୍ଧ ସୀମାନ୍ତ ଅଂଚଳ କୁ ପୋଲିସ ମୁଖ୍ୟ ଗସ୍ତ କରିଥିଲେ ଏବଂ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ |

Comments
Loading...