ଦେଢ଼ବର୍ଷ ହେଲା ଟେଣ୍ଡର ପକ୍ରିୟା କାର୍ଯ୍ୟ ସରିଥିଲେ ମଧ୍ୟ ଆଗେଇ ପାରୁନି ରାସ୍ତା କାମ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ଟୁଷୁଳା ରାସ୍ତା ଉପରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ । ବାରକୋଟ ବ୍ଲକ ବଳମ ଠାରୁ ଟୁଷୁଳା ଯାଇଥିବାର ୧୬ କିଲୋମିଟର ରାସ୍ତା ବଳମ, ରମ୍ଭେଇ, ଦନ୍ତାରିବାହାଳ, କଣ୍ଟାପାଲି ୪ଟି ପଞ୍ଚାୟତର ଲୋକେ ଯାତାୟାତରେ ବହୁତ ହଇରାଣ ହେବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ପିଚୁ ମେଣ୍ଟାଲ ଗେଟି ମଧ୍ୟ ସବୁ ଉଠି ଯାଇଥିବା ଦେଖିବାକୁ ମିଳୁଛି ।
 ଗତ ୨୦୧୮ ମସିହା RD ବିଭାଗରୁ PWD କୁ ହସ୍ତାନ୍ତର ପରେ ୧୬ କି.ମି. ରାସ୍ତା ମରାମତି ପାଇଁ ମୋଟ ୨୯ କୋଟି ଟଙ୍କା ବ୍ୟୟ ଅଟକଳ ପରିମାଣ କରି ୨୦୧୯ ରେ ଟେଣ୍ଡର ପକ୍ରିୟା ସମାପ୍ତ ହୋଇସାରିଛି । ଏହାପରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ । ଟେଣ୍ଡର ପାଇଥିବା ଠିକାଦାର କୁଆଡେ ଆଜି ପର୍ଯ୍ୟନ୍ତ ଏଗ୍ରିମେଣ୍ଟ କରୁ ନଥିବାରୁ ରାସ୍ତା କାମ ଆରମ୍ଭ କରୁ ନଥିବା ବିଭାଗିୟ ସୁତ୍ରରୁ ଜଣାପଡିଛି ।

 ସଂପୃକ୍ତ ଠିକାଦାର କାହିଁକି ଓ କେଉଁ କାରଣରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ କରୁ ନଥିବା କୌଣସି ସଠିକ ତଥ୍ୟ ମିଳି ପାରୁ ନଥିଲେ ମଧ୍ୟ ଉର୍ଚ୍ଚ କର୍ତ୍ତୁପକ୍ଷଙ୍କ ଅବହେଳା ହେତୁ ଏହା ସମ୍ଭବ ହୋଇ ପାରୁ ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପଟେ ରାସ୍ତା କାମର ବିଳମ୍ବ ହେବା କାରଣରୁ ଅଞ୍ଚଳ ବାସୀଙ୍କ ତିବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି ।।
Comments
Loading...