ଦୁଷ୍ଟି ଶକ୍ତି ହରାଇ ଅସହାୟ କାନ୍ନା ବେଟି

ମାଲକାନଗିରି (କୋଶଲ ନ୍ୟୁଜ୍) ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢିବା ପୃଥିବୀର ସୁନ୍ଦରତାକୁ ଅନୁଭବ କରିବା କଥା ସେହି ବୟସରେ ଦୁଷ୍ଟି ଶକ୍ତି ହରାଇ ଅସହାୟ ହେଇଛି କାନ୍ନା ବେଟି l ଏହି ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମର ଆଦିବାସୀ ମୁକା ବେଟି ଙ୍କ ପୁଅ କାନ୍ନା ବେଟି l ପିଲାଟି ଦିନରୁ ସାମାନ୍ୟ କିଛି କିଛି ଝାପସା ଝାପସା ଦେଖାଯାଏ ଯାହା ଅନ୍ଧ ହେବା ସହ ସମାନ ଏବେ ପିଲାଟି ପ୍ରତ୍ୟକ କାମ ନିଜ ହାତ ଅଣ୍ଡାଳି ଅଣ୍ଡାଳି କରୁଛି l ଆଦିବାସୀ ଗରିବ ପରିବାର ହୋଇଥିବାରୁ ଚାଷବାସ କରିବା ସହ ଦିନ ମଜୁରି କାମ କରି ପରିବାର ପ୍ରତିପୋଷଣ କରନ୍ତି l

ଆର୍ଥିକ ଅଭାବ ଯୋଗୁ ପିଲାଟିର ଭଲ ଚିକିତ୍ସା କରିପାରୁନାହାନ୍ତି ପରିବାର ଲୋକେ l ଏଥିପ୍ରତି ତୁରନ୍ତ ଦୃଷ୍ଟି ନିକ୍ଷେପ କରିବା ସହ ଉକ୍ତ ଆଦିବାସୀ ପିଲାଟିର ଚିକିତ୍ସା ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

Comments
Loading...