ପ୍ରାଥମିକ ସ୍ୟାସ୍ଥ୍ୟକେନ୍ଦ୍ର ଉଦଘାଟିତ

ବଲାଙ୍ଗିର (କୋଶଲ ନ୍ୟୁଜ୍) ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଠାରେ ସରକାରୀ ପ୍ରାଥମିକ ହସ୍ପିଟାଲ ଉଦଘାଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଫିତାକାଟି ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ଛନ୍ଦାରାଣୀ ନାଏକ, ବ୍ଲକ ଚୈରମ୍ୟାନ ଶ୍ରୀମତୀ ରଞ୍ଜୁବାଲା ବେହେରା, ଜାମଖୁଣ୍ଟା ସରପଞ୍ଚ ଶ୍ରୀମତୀ ଉଜଲି ତାଣ୍ଡି, ସମିତି ସଭ୍ୟା ଲୋଭାମଣି ତାଣ୍ଡି,ସିନ୍ଧେକେଲା ସିଏଚସି ଇନଚାର୍ଜ ଡାକ୍ତର ବିଶ୍ୱନାଥ ଖୁଣ୍ଟିଆ, ପିଏଚସି ଇନଚାର୍ଜ ଡାକ୍ତର ଜୟନ୍ତ ବାଗ, ଭୋଳାନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l

ଏହି ସମୟରେ ନୂତନ ଭତାପ୍ରଦାନ କରିଥିଲେ l ପୁଣି ଅଞ୍ଚଳ ର ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଉଦଘାଟନ ଉତ୍ସବରେ ଅଞ୍ଚଳର ଗଣ ମାନ୍ୟବ୍ୟକ୍ତି ଉପସ୍ଥିତ ସହ କଂଗ୍ରେସ କର୍ମୀ, ଆଶା, ଅଙ୍ଗନବାଡି ଉପସ୍ଥିତ ଥିଲେ l

Comments
Loading...