କଣ୍ଟାବାହାଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ କରୋନା ସଚେତନତା ବାର୍ତ୍ତା

ଦେବଗଡ଼: (କୋଶଲ ନ୍ୟୁଜ) ସମଗ୍ର ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରୁଥିବା ବେଳେ ଆମ ଓଡ଼ିଶା ସରକାର ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରିବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ବାର୍ତ୍ତା ଚାଲିଥିବା ଦେଖିବାକୁ ମିଳିଛି ।ଆଶା ଦିଦି ଅମୃତୀ ନାୟକଙ୍କ ତତ୍ବାବଧାନରେ ଆଜି କଣ୍ଟାବାହାଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏକ ସଚେତନତା ରାଲି ର ଆୟୋଜନ କରାଯାଇଥିବା ଏବଂ ମାଇକ୍ ଲଗାଇ ବିଭିନ୍ନ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତାକୁ ପହଞ୍ଚାଇବାରେ ଲାଗିପଡିଛନ୍ତି ।

ଅଙ୍ଗନୱାଡି କର୍ମୀ ରୁନୁ କୁମୁରା , ସୁମିତା ଗଡ଼ନାୟକ ଦିପ୍ତିବାଳା ନାୟକ ଓ GSS V ଅନିଲ କୁମାର ନାୟକ ରାଲି ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

Comments
Loading...