ଦ୍ୱିପ ଓ ବାହାଘର ରୁଖା ତିଆରି କରି ସ୍ୱାଭାଲମ୍ବି ହେଉଛନ୍ତି ଓମ୍ ଶାନ୍ତୀ ଗ୍ରୁପ ତିମୁର ର ମହିଳା ମାନେ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ତିମୁର ଗ୍ରାମର ଓମ୍ ଶାନ୍ତୀ ଗ୍ରୁପର ମହିଳା ମାନେ ନିଜସ୍ୱ ପ୍ରଚେଷ୍ଠାରେ ଦ୍ୱିପ ଓ ବାହାଘର ରୁଖା ତିଆରିକରି ଆତ୍ମନିର୍ଭର ଶୀଳ ହେବା ସହିତ ଏହାକୁ ବିକ୍ରି କରି ଭଲ ଦ୍ୱି-ପଇସା ରୋଜଗାର କରି ଲାଭବାନ ହେଉଛନ୍ତି ।

 ଗ୍ରାମର ଅନ୍ୟ ଗ୍ରୁପର ମହିଳା ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇ ଉଦାହରଣ ସ୍ରୁଷ୍ଟି କରିଛନ୍ତି ଏହି ଗ୍ରୁପର ମହିଳା ମାନେ । ଆଗକୁ ମଧ୍ୟ ଏହିଭଳି ମାଟି ଦ୍ୱାରା ଆମ୍ବ, ମାଛ, ସୁଆ ଏବଁ କୁମ୍ପି ତିଆରି କରି ବଜାରରେ ବିକ୍ରି କରିବା ପାଇଁ ଗ୍ରୁପର ସଭାପତି କୁମୁଦିନୀ ବେହେରା, ସମ୍ପାଦକ ସନ୍ଧ୍ୟାରାଣୀ ବେହେରା, ଡାଳିମ୍ବ ସାହୁ, ପ୍ରମିଳା ପ୍ରଧାନ, ମିନତି ମହାନ୍ତି, ମନ୍ଦ ମହାନ୍ତି, ଦୂର ନାୟକ, ଆରତୀ ଥପା, ରିତା ବେହେରା, ଅନି ସାହି, ପ୍ରଣତୀ ଦେହୁରୀ କହିଛନ୍ତୀ ।
Comments
Loading...