ରାସ୍ତା କଡ଼ ପାଲ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମ ପଞ୍ଚାୟତ ର ସିଉନି ଗ୍ରାମ ମୁଣ୍ଡ ରେ ଥିବା ଏକ ପାଳ ଗଦା ରୁ ଆଜି ଭୋର ପାହାନ୍ତିଆ ରେ ଏକ ନବ ଜାତକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି, ଶିଶୁ ର କାନ୍ଦ ଶୁଣି ସେହି ରାସ୍ତା ଦେଇ ଶୌଚ ପାଇଁ ଯାଉଥିବା କିଛି ମହିଳା ଦେଖିଲା ପରେ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ, ଏହି କଥା ପ୍ରଚାର ହେଲା ପରେ ଗ୍ରାମ ର ଆଶା କର୍ମି ଓ ଅଙ୍ଗନବାଡି ଦିଦି ଘଟଣା ସ୍ଥଳକୁ ପହଞ୍ଚି ଶିଶୁ କୁ ଉଦ୍ଧାର କରିବା ସହ ଶିଶୁ କୁ ପ୍ରାଥମିକ ଚିକିତ୍ସା କରାଇ ଆମପାଣି ପୋଲିସ କୁ ଖବର ଜଣାଇ ପୋଲିସ ଗାଡି ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି l ଡାକ୍ତର ଶିଶୁ ର ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ବୋଲି କହିଛନ୍ତି l ତେବେ ଅବାଞ୍ଛିତ ଗର୍ଭ ହେଉ କିମ୍ବା ପ୍ରେମ ଜନିତ କାରଣ ରୁ ଶିଶୁ କୁ କେହି ହୃଦୟାହିନା ମହିଳା ପ୍ରସବ ପରେ ଫିଙ୍ଗି ଦେଇଥିବା ନେଇ ଅଞ୍ଚଳ ରେ ଚର୍ଚ୍ଚା ହେଉଛିl
Comments
Loading...