ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୋରନା କଟକଣା ଯୋଗୁଁ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଶାନ୍ତି ଶୃଙ୍ଖଳାରେ ଡାବୁଗାଁରେ ପାଳିତ ହେଲା

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ଐତିହାସିକ ରଥଯାତ୍ରାକୁ କୋରନା କଟକଣା କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ସହିତ ଜଗନ୍ନାଥ ମନ୍ଦିର ର କମେଟି ,ପୂଜକ ଏବଂ ସେବାୟତ ମାନଙ୍କୁ ନେଇ ରଥଯାତ୍ରା ର ରୀତିନୀତି ଅନୁଯାୟୀ ପାଳନ କରାଯାଇଥିଲା। ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡା ରଥଯାତ୍ରା ପଯ୍ୟନ୍ତ ଶ୍ରୀ ଜୀଉଙ୍କ ନୀତିକାନ୍ତି କି ଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ପୂର୍ବରୁ ବିସ୍ତୃତ ଆଲୋଚନା ଏବଂ ପ୍ରସ୍ତୁତି ହାଇଯାଇଥିଲା। ଚଳିତ ବର୍ଷ କୋରନା କଟକଣା ନିୟମ ଅନୁଯାୟୀ କେବଳ ମନ୍ଦିର ପୂଜକ ଏବଂ ସେବାୟତମାନଙ୍କୁ ନେଇ ରଥଯାତ୍ରା ପାଳନ କରାଯାଇଥିଲା। ଏବଂ ଜନସାଧାରଣଙ୍କୁ ମନ୍ଦିର କୁ ଯିବା ପାଇଁ ବରଣ କରାଯାଇଥିଲା ।
ଆଜି କେବଳ ମନ୍ଦିର ପରିସର ଭିତର ସମ୍ପୂର୍ଣ୍ଣ ରୀତିନୀତି ରେ ରଥଯାତ୍ରା ପାଳନ ହଇଯାଇଛି ଏହି ସମୟରେ ଦଇତା ପତିମାନେ ଏବଂ ମନ୍ଦିର ସଭାପତି ତହସିଲଦାର ସନ୍ଧ୍ୟା ସମରଥ, ଉପ ସଭାପତି ଜି ଭେଙ୍କଟ ଶ୍ଵର ରାଓ (ପନ୍ତୁଲୁ) ସମ୍ପାଦକ ଜି ସାଇ ରାଜୁ, ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ଏମ୍ ଆପା ରାଓ ଭଗବାନ ମହାନ୍ତି,ସୂର୍ଯ୍ୟ ସୁବୁଦ୍ଧି ଭଗବାନ ଖୁଣ୍ଟିଆଙ୍କ ପ୍ରମ୍ମୁଖ ଉପସ୍ଥିତ ଥିଲେ ।ପୋଲିସ ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Comments
Loading...