ଗ୍ରାମାଞ୍ଚଳରେ କୋଭିଡ୍ ମୁକାବିଲା ରେ ଅବହେଲା କୁ ନେଇ ହାଇକୋର୍ଟ୍ ରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ସଞ୍ଜିବ ଯୋଶି

କଳାହାଣ୍ଡି (କୋଶଲ ନ୍ୟୁଜ୍) କୋଭିଡ୍ ମୁକାବିଲା ରେ ଅବହେଳା କୁ ନେଇ ହାଇକୋର୍ଟ୍ ରେ ଜନ ସ୍ବାର୍ଥ ମାମଲା ରୁଜୁ l ତେବେ ଆଗରୁ ଝାରସୁଗୁଡା ରୁ ଅଭିଯୋଗ ହୋଇଥିବା ବେଳେ ଏବେ ଆସିଛି କଳାହାଣ୍ଡି ରୁ ଏପରି ଅଭିଯୋଗ l ଏହି ଦୃଶ୍ଯକୁ ଟିକେ ନଜର ପକାନ୍ତୁ l ଏ ଦୃଶ୍ଯ ଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବେଙ୍ଗେର ଗାଁର ଚିତ୍ର l ନାଁ ଅଛି କାହା ମୁହଁ ରେ ତୁଣ୍ଡି କି ନାଁ ଅଛି ସାମାଜିକ ଦୂରତା l ଯଦି ବି କେତେ ଲୋକଙ୍କ ମୁହଁ ରେ ତୁଣ୍ଡି ଅଛି କିନ୍ତୁ ଯେଉଁଠି ତୁଣ୍ଡି ରହିବା କଥା ସେଠିରେ ନାହିଁ l ତେବେ ଗାଁ ମାନଙ୍କରେ ନାଁ ଅଛି ଟେଷ୍ଟିଂ, କି ନାଁ ଅଛି ଭଲ ବ୍ଯବସ୍ଥା l ଆଉ ଯାହା ଫଳରେ ସଠିକ ଭାବେ କୋଭିଡ୍ ମୁକାବିଲା କରି ପାରୁ ନାହାନ୍ତି ଗ୍ରାମାଞ୍ଚଳ ର ଲୋକେ l ଏପରି କି ସଚେତନ ଅଭାବରୁ ଗ୍ରାମାଞ୍ଚଳରେ ସଂକ୍ରମିତ ଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛ l ଏ ସବୁ ଅଭିଯୋଗ କୁ ନେଇ ଜୁଲାଇ ୬ ତାରିଖ ଦିନ ହାଇକୋର୍ଟ୍ କୁ ଆସି ଏକ ଜନସ୍ବାର୍ଥ ମାମଲା ଦାୟର୍ କରିଛନ୍ତି କଳାହାଣ୍ଡି ଜୟପାଟଣା ଡେଙ୍ଗେର ଗାଁର ସଞ୍ଜିବ ଯୋଶି l ତେବେ ଗ୍ରାମାଞ୍ଚଳ ରେ ୮୦ % ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ କୋଭିଡ୍ ମୁକାବିଲା ପାଇଁ କୌଣଷି ବ୍ଯବସ୍ଥା କରି ନାହାନ୍ତି ସରକାର l ଏମିତି କି ଏଥିପ୍ରତି ରାଜ୍ଯ ସରକାର ଙ୍କ ନଜର ପଡୁ ନାହିଁ ବୋଲି କହିଛନ୍ତି ସଞ୍ଜିବ ଯୋଶି l

ଅନ୍ଯପଟେ ଆର୍.ଟି.ପି.ସି.ଆର୍ ଟେଷ୍ଟିଂ ପାଇଁ ରିପୋର୍ଟ୍ ବିଳମ୍ବ ହେଉଥିବା କାରଣ ରୁ ଗାଁରେ ରହୁଥିବା ସଂକ୍ରମିତ ବ୍ଯକ୍ତି ଙ୍କ ସଂସ୍ପର୍ଶ ରେ ଆସି ଅନେକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି l ଯାହା ଫଳରେ ସଂକ୍ରମିତ ଙ୍କ ସଂଖ୍ଯା ଧିରେ ଧିରେ ବୃଦ୍ଧି ହେବାରେ ଲାଗିଛି l ଏମିତି କି ଗାଁ ମାନଙ୍କରେ କ୍ବାରେଣ୍ଟାଇନ୍ କି ଆଇ.ସି.ୟୁ ର ବ୍ଯବସ୍ଥା ନଥିବା କାରଣ ରୁ ଅନେକ ଲୋକଙ୍କ ଜିବନ ମଧ୍ଯ ଚାଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l

ତେବେ କୋଭିଡ୍ ମୁକାବିଲା ପାଇଁ ହାଇକୋର୍ଟ୍ ରେ ମାମଲା ଦାୟର ହେବା ପରେ ଗ୍ରାମାଞ୍ଚଳ ରେ ସରକାର କେମିତି ବ୍ଯବସ୍ଥା କରିଛନ୍ତି ତାହାର ଅସଲ୍ ଚିତ୍ର ଏବେ ସାମ୍ନା କୁ ଆସିବାରେ ଲାଗିଛି l ଏମିତି କି ଲୋକଙ୍କ ସ୍ବାସ୍ଥ୍ଯ ସେବାଏବଂ ସଚେତନ କରିବା ଉପରେ କେତେ ବିଫଳ ହେଉଛନ୍ତି ସରକାର ଏହି ଚିତ୍ର ଏବେ ବୟାନ କରୁଛି l

Comments
Loading...