ବେହେରନ୍ ର ନିଷ୍ପତ୍ତି ଫେବୃଆରୀ ୨୫ ତାରିଖ ରେ ହେବ ଡାବୁଗାଁ ମଣ୍ଡେଇ

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ ରେ ପାରମ୍ପରିକ ମଣ୍ଡେଇ ପାଇଁ ବେହେରନ୍ ଅର୍ଥାତ୍ ପାରମ୍ପରିକ ବୈଠକ ଅନୁଷ୍ଠିତ ହେଲା। ଡାବୁଗାଁ, ଉମୁରାହାଣ୍ଡି, ଡଙ୍ଗରିଗୁଡା ଏବଂ ଜୟନ୍ତୀନଗର ର ପାରମ୍ପରିକ ମୁଖ୍ୟ, ମାଝୀ, ପୂଜାରୀ,ଶିରା ,ରୟିତ ଏବଂ ଗ୍ରାମର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଦେବରାଜ ପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ସତ୍ୟରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, କୁନୁ ପାତ୍ର, ବିକ୍ରମ ଗଉଡ, ଅଶୋକ ସଉରା, ପିଣ୍ଟୁ ଜେନା,ଜି. ପ୍ରକାଶ ରାଓ, ଗୁପ୍ତ ବିଷୟୀ,କେଶବ ରେଲି, ବିଶ୍ବରଂଜନ ପାତ୍ର,ବାବି ଜେନା, ରାଜୁ ରେଲି, ଜଗନ୍ନାଥ ରେଲି, ତାରିଣୀ ରେଲି, ଭୈରବ ରାଓ, ସନ୍ୟାସୀ କଲାର, ଟି ଜଗନୁ , ପୁର୍ଣ୍ଣ ପୂଜାରୀ, ସୁରେନ୍ଦ୍ର ରେଲି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ମଣ୍ଡେଇ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଡାବୁଗାଁ ଓ ଡଙ୍ଗରୀଗୁଡା ସରପଞ୍ଚ ଉଭୟଙ୍କୁ ମିଳିତ ଭାବେ ସଭାପତି ଦାୟିତ୍ୱ, ସତ୍ୟ ରଞ୍ଜନ ପାତ୍ର ଙ୍କୁ ଉପ-ସଭାପତି, ପାପନା ରେଲି ଙ୍କୁ ସଂପାଦକ, କୁନୁ ପାତ୍ର ଙ୍କୁ ସହ ସଂପାଦକ ଏବଂ ଜଗନ୍ନାଥ ବେହେରା ଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ଆସନ୍ତା ଫେବୃୟାରୀ ୨୫ ତାରିଖ ରେ ମଣ୍ଡେଇ ଯାତ୍ରା ପାଳନ କରିବା ପାଇଁ ବେହେରନ୍ ରେ ନିଷ୍ପତ୍ତି ନିଆଯାଇଥିଲା।
Comments
Loading...