ଅଙ୍ଗନୱାଡି ସ୍କୁଲ ଘର ଥାଇ ମଧ୍ୟ ଗଛମୂଳେ ଚାଲିଛି ଅଙ୍ଗନୱାଡି ଶିକ୍ଷାଦାନ

କୋଶଲ ନ୍ୟୁଜ୍ ବ୍ୟୁରୋ :ଦେବଗଡ଼ :- ଏ ଘଟଣାଟି ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଚାଲିଛି ଗଛ ତଳେ ଅଙ୍ଗନୱାଡି ଶିକ୍ଷାଦାନ । ପୁରା ଘଟଣା ଜାଣିବାକୁ ହେଲେ ଆମକୁ ବର୍ଷେ ପୂର୍ବର ଘଟଣାକୁ ଆମକୁ ଦହରାଇବାକୁ ପଡିବ ।

ଅଙ୍ଗନୱାଡି ପାଚେରୀ ନିର୍ମାଣ ପାଇଁ ଉଟୁଣିଆଁ ସରପଞ୍ଚ ତରଣୀସେନ ପ୍ରଧାନ ଜେସିବି ଲଗାଇ ଅଙ୍ଗନୱାଡି ଘରରଚାରିପାଖ ଖାତ ଖୋଳିଥିଲେ । ଏବଂ ଘରର କାନ୍ଥକୁ ଲଗାଇ ଖାତ ଖୋଳିବା ଦ୍ବାରା ଅଙ୍ଗନୱାଡି ଘରର ଚାରିପାଖ ଦବି ଯାଇଥିଲା । ପରେ ବିଭିନ୍ନ ଗଣମାଧ୍ୟମ ଦ୍ବାରା ଖବର ପ୍ରକାଶ ପାଇବା ପରେ ସିଡିପିଓ ମହିଳା ଓ ଶିଶୁ ବିକାଶ କଲ୍ୟାଣ ସମିତି ଦେବଗଡ ତରଫରୁ ଅଙ୍ଗନୱାଡି ଘରଟିକୁ ସିଲ କରି ଦେଲେ । ପରବର୍ତ୍ତୀ ସମୟ ବିଶ୍ବ ମହାମାରୀ କରୋନା ପାଇଁ ସାରା ଦେଶ ଲକ ଡାଉନ ଚାଲିଥିଲା ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ପଡି ରହିଥିଲା ।

 ଏବେ କିନ୍ତୁ ଫ୍ରେବୃଆରୀ ପହିଲାରୁ ଅଙ୍ଗନୱାଡି ପିଲା ପାଠ ପଢ଼ିବା ପାଇଁ ସରକାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲି ଦେଇଛନ୍ତି । ହେଲେ ଏହି ପିଲାମାନେ ପଢ଼ିବେ କେଉଁଠି ଓ କେମିତି ସରକାର ତ ଅଙ୍ଗନୱାଡି ଘରଟିକୁ ସିଲ କରିଦେଲେ ସିନା କିନ୍ତୁ ଏଇ ପିଲାମାନେ ଏବେ ପଢ଼ିବେ କେଉଁଠି ସେ ବିଷୟରେ ସରକାର ଚିନ୍ତା କଲେନି । ଆମେ ଅଧିକ ଜାଣିବାକୁ ସିଡିପିଓ ମ୍ୟାଡାମକୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ପାଇ ପାରି ନଥିଲୁ ।।
Comments
Loading...