ଟ୍ରକ ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି(କୋଶଲ ନ୍ୟୁଜ )କଳାହାଣ୍ଡ ଜିଲ୍ଲା କୋକସରା ଥାନା ଜାତୀୟ ରାଜପଥ ନଂ୨୬ ପୋଟ୍ରୋଲ ପମ୍ପ କେନାଲ ପୋଲ ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଟ୍ରକ୍ ଚାପାରେ ଘୋଷାଡି ହୋଇ ଜଣ କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ଥିବା ଜଣାପଡିଛି । ତେବେ ଶବ ଉଦ୍ଧାର ପରେ ମୃତକ ଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ଦିର୍ଘ ୧୧ ଘଣ୍ଟା ସମୟ ରାସ୍ତା ଅବରୋଧ କରି ପ୍ରତିଶ୍ରୁତି ପରେ ଅବରୋଧ ରୁ ଓହରିଥିଲେ।

ସୂଚନା ଅନୁସାରେ, ରାୟଗଡା ରୁ ଉମକୋଟ ଯାଉଥିବା ଏକ ମାଲବୋଝେଇ ଟ୍ରକ ନଂ (ଏପି୦୭ଟିଏଫ୍‌୪୦୯୫) ଦ୍ରୁତ ଗତିରେ ଆସି ବୁଧବାର ଭୋର ୫ଟା ସମୟରେ କୋକସରା ପେଟ୍ରୋଲ ପମ୍ପ ନିକଟସ୍ଥ କୋନାଲ ପୋଲ ରାସ୍ତା କଢରେ ଛିଡା ହୋଇଥିବା ୩ ଜଣ ଙ୍କୁ ଧକ୍କା ଦେଇଥିଲା ଓ ୨ ବାଇକ ସହ ଜଣକୁ ସାଙ୍ଗରେ ଘୋଷାଡି ନେଇଥିଲା । ଫଳରେ ଟ୍ରକ ଚାପାରେ ଆସି ଚିକିଲି ଗ୍ରାମର ଯୁବକ ଯୋଗଧ୍ୟାନ ବେମାଲ (୩୯)ଙ୍କ ଘଟଣା ସ୍ଥାଳରେ ହିଁ ମୃତ୍ୟୁ ଘଟିଥିବାବେଳେ ବଙ୍ଗୋମୁଣ୍ଡାର ଅନ୍ତ ଗହୀର (୩୮) ଓ କୋକସରା ର ମହିଳା ରାମବତୀ ଦୀପ(୫୦) କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଉଦ୍ଧାର କରି କୋକସରା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ମହିଳା ଙ୍କ ଗୋଡରେ ଗଭୀର ଆଘାତ ଯୋଗୁଁ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଙ୍କୁ ଅଟକ ରଖି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ୨୬ କୁ ଅବରୋଧ କରିଛନ୍ତି ।

ପୋଳିସ ଘଟଣା ସ୍ଥଳରେ ବିଲମ୍ବରେ ପହଞ୍ଚିବା କାରଣରୁ ଘଟଣା ସ୍ଥଲରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଟ୍ରକରେ ଚାପି ହୋଇ ରହିଥିବା ଯୁବକକୁ ଉଦ୍ଧାର କରିବାରେ ପୋଲିସ କୁ ନାକେଦମ ହେବାକୁ ପଡିଥିବାବେଳେ ଶବ ଉଦ୍ଧାର ପରେ ପରିବାର ବର୍ଗ ଓ ଗ୍ରାମବାସୀ ଶବ କୁ ରାସ୍ତା ଉପରେ ରଖି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ରେ ଅଡି ବସିଥିଲେ। ଖବର ପାଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଧାର୍ମଗଡ ଆଇଆଇସି ଅଶୋକ କୁମାର ମହାପାତ୍ର, କୋକସରା ତହସିଲଦାର ମନୋଜ କୁମାର ପାଢୀ, ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, କୋକସରା ଥାନା ଅଧିକାରୀ ରମଣୀ ରଂଜନ ଦଳେଇ ଉପସ୍ଥିତ ରହି ରାସ୍ତା ଅବରୋଧ ରେ ବସିଥିବା ସ୍ଥାନୀୟ ବାସିନ୍ଦା ଓ ମୃତକ ଙ୍କ ପରିବାର ବର୍ଗ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିଜ ଜିଦରେ ପରିବାର ଓ ସ୍ଥାନୀୟ ଲୋକେ ଅଡିବସିଥିଲେ । ପରେ ଦିର୍ଘ ୧୧ ଘଣ୍ଟାରୁ ଉର୍ଦ୍ଧ ସମୟ କାଳ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ସକାଳ ୬ ଘଣ୍ଟା ରୁ ରାସ୍ତା ଅବରୋଧ ଫଳରେ ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟତ ବନ୍ଦ ରହିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଫସି ରହିବା ସହ ଯାତ୍ରୀମାନେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ଏନେଇ ଧର୍ମଗଡ ଉପଖଣ୍ଡ ପୋଳିସ ଅଧିକାରୀ ଧୀରଜ ଚୋପଦାର ଙ୍କୁ ପଚାରିବାରୁ ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ଦିଆଯାଇଛି ଏବଂ ସରକାରୀ ନିୟମ ମୁତାବକ ଯାହା କ୍ଷତିପୂରଣ ମିଳିବା ସହ ଗାଡି ମାଲିକ ଆସି ଯାହା ଅନୁକମ୍ପା ଦେବେ ତାହା ଦିଆଯିବା ନେଇ ସୂଚନା ଦେଇଛନ୍ତି ।

Comments
Loading...