କରୋନା ନିୟମ ଉଲଘଂନ କରି ଖୁଲମ ଖୁଲା ଚାଲିଛି ମଦ ବେପାର ପ୍ରଶାସନ ସବୁ ଜାଣି ମଧ୍ୟ୍ୟ ଚୁପ

ମାଲକାନଗିରି (କୋଶଲ ନ୍ୟୁଜ୍) ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଲୋକେ ଜୀବନ ଓ ଜୀବିକା ସନ୍ଧାନରେ ଡହଳବିକଳ ହେଉଥିବା ବେଳେ କିଛି ଅମାନିଆ ମାନୁ ନାହାନ୍ତି କରୋନା କଟକଣାକୁ ମଦ ନିଶାରେ ଭୁଲି ଗଲେ ସବୁ କଟକଣା l ସନ୍ଧ୍ୟା 6:00 ପରେ ଖୁଲମ ଖୁଲା ଭାବେ ଚାଲିଛି ଏମ.ଭି ୭୯ରେମଦ ବେପାର l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-79 ଥାନା ଅନ୍ତର୍ଗତ MV-79 ମଦ ଦୋକାନରେ l ସୂଚନା ଅନୁସାରେ ଆଜି ସାନ୍ଧ୍ୟ 6:30 ସମୟରେ MV-79 ମଦ ଦୋକାନରେ କୋଭିଡ ନିୟମକୁ ଉଲଂଘନ କରି ଲୋକେ ମଦକିଣୁଥିଵା ବେଳେ OD 30 C 1886 ଅଟୋ ଯୋଗେ ଚାରି ପେଟି ମଦ MV-79 ଠାରୁ MV-72 ନେଇଯାଉଥିଲେ l ଅଟୋ ଡ୍ରାଇଭରକୁ ପଚାରିବାରୁ ଜଣା ପଡିଲା ଯେ ଏହି ମଦ ପେଟି ଗୁଡିକ mv-72 ଗ୍ରାମର ତାରକ ଢାଲିଙ୍କର ବୋଲି l ଏଠାରେ ପ୍ରଶ୍ନ ଉଠୁଛି କୋଭିଡ ନିୟମ କଣ କେବଳ ସର୍ବସାଧାରଣଙ୍କ ନିତାନ୍ତ ଜରୁରୀ ଦୋକାନ ଯେପରି ଜଳଖିଆ ଦୋକାନୀ, ରାସନଦୋକାନୀ, କପଡା ଦୋକାନୀଳ ମାନଙ୍କ ପାଇଁ ? ମଦ ବ୍ୟବସାୟୀ ମାନଙ୍କ ପାଇଁ ଏହି ନିୟମ ନାହିଁ କି ?କୌଣସି ଦୋକାନୀ କୋଭିଡ ନିୟମ ଖିଲାପ କରି ଯଦି ନିଜଶ୍ନର ଦୋକାନ କିଛି ସମୟ ବିଳମ୍ବରେ ବନ୍ଦ କରେ ତେବେ ପ୍ରଶାସନ ପକ୍ଷରୁ ସେଠାରେ ୨୦୦୦ହଜାରରୁ ୫୦୦୦ହଜାର ପର୍ଯ୍ୟନ୍ତ ଜୋରିମାନା ନଚେତ ଦୋକାନକୁ ସିଲ କରାଯାଉଛି l

ଏଠାରେ ପ୍ରଶ୍ନ ୭୨ର ଜନୈକ ବ୍ୟବସାୟୀ ଙ୍କ ଲାଇସେନ୍ସ ନଥାଇ ମଧ୍ୟ ସେ କିପରି ବ୍ୟବସାୟ କରୁଛନ୍ତି? ଆମ କିଛି ପତ୍ରକାର ବନ୍ଧୁ ଓଟୋଚାଳକ ଓ ତାର ସହଯୋଗୀଙ୍କୁ ପ୍ରଶ୍ନ କରିଥିଲେ ତୁମେ କାହିଁକି ଚୋରାରେ ବେପାର କରୁଛ ଓଟୋଚାଳକ ଓ ତାର ସହଯୋଗୀ ଉତ୍ତର ରଖିଥିଲେ ଯେ ଆମେ ବଡ଼ବାବୁ ମାନଙ୍କୁ ମାସିକ ପଇସା ଦେଉଛୁ।

ତେବେ କଣ ସାମାନ୍ୟ କିଛି ଟଙ୍କା ପାଇଁ ବଡ଼ବାବୁ ମାନେ ଏହି ଦୋକାନକୁ ଅଣଦେଖା କରୁଛନ୍ତି କି ? ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ନଜରରେ ଏହି ମଦ ଦୋକାନ ନାହିଁକି ? ଏହି ଵାର ଠାରୁ ମାତ୍ର୫୦୦ ମିଟର ଦୂରତାରେ ଅବସ୍ଥିତ ପୋଲିସ ଥାନା ଓ ୧କି.ମି ଦୂରତା ରେ ଅବସ୍ଥିତ ଜିଲ୍ଲା ଦୈ।ରାଜଜଙ୍କ କାର୍ଯ୍ୟାଳୟ। ତେବେ ଦେଖିବାକୁ ବାକି ରହିଲା ନିୟମ ଉଲଂଘନ କରିଥିବା MV-79 ବାର ଵାଲା ପ୍ରତି ଜିଲ୍ଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି l

Comments
Loading...