ମସିନ୍ତା ଜଙ୍ଗଲରେ ଶିଶୁ ଉଦ୍ଧାର ଘଟଣା ପୁତ୍ରକୁ ପରିତ୍ୟକ୍ତ କରିଥିବା ଦମ୍ପତି ଗିରଫ

ଦେବଗଡ଼: (କୋଶଲ ନ୍ୟୁଜ) ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତର ମସିନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଶିଶୁ ପୁତ୍ର ଉଦ୍ଧାର ଘଟନାରେ ଚାଇଲ୍ଡଲାଇନର ଏତଲା ଓ ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୨ ତାରିଖ ରାତି ପ୍ରାୟ ୯ଟାରେ ମସିନ୍ତା ଗ୍ରାମ ନିକଟ ଜଙ୍ଗଲରୁ ଏକ ଶିଶୁର କ।ନ୍ଦିବା ଶବ୍ଦ ଶୁଣି ଗ୍ରାମବାସୀମାନେ ଭୟଭୀତ ହୋଇପଡିଥିଲେ । ସାହସ ବାନ୍ଧି ଗ୍ରାମର ଜଣେ ମହିଳା ସରସ୍ଵତୀ ମାଝି , ସ୍ଵାମୀ ରାଜେଶ ସହିତ ଜଙ୍ଗଲ ଭିତରକୁ ପ୍ରବେଶ କରି ଖୋଜ। ଖୋଜି କରିଥିଲେ । ଶେଷରେ ଗୋଟେ ଗଛମୂଳରୁ ଏକ ୩ ମାସର ଶିଶୁ ପୁତ୍ରକୁ ପାଇ ଥିଲେ । ଶିଶୁକୁ କଳେଇ ନେଇ ଗ୍ରାମର ବୀର୍ସା ଟୁରୀକୁ ରଖିବାକୁ ଦେଇଥିଲେ । ପର ଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପ।ତ୍ର , ଚାଇଲ୍ଡଲାଇନର ଉପେନ୍ଦ୍ର ଭଞ୍ଜ ଓ ବ।ରକୋଟ ଥାନା ଏସଆଇ ଦେବବ୍ରତ ନାୟକଙ୍କୁ ନେଇ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ କରିଥିଲେ । ଶ୍ରୀ ମହାପ।ତ୍ର ଗ୍ରାମବ।ସୀମାନଙ୍କ ସାଙ୍ଗରେ ଜଙ୍ଗଲ ଭିତରକୁ ଯାଇ ଶିଶୁ ପରିତ୍ୟକ୍ତ ହୋଇଥିବା ସ୍ଥାନ ଯାଞ୍ଚ କରି ଶିଶୁର ବ୍ୟବହୃତ ହୋଇଥିବା ପ।ମ୍ପର ପାଇଲେ ଓ ଶିଶୁ ଉଦ୍ଧାର ସମୟର ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ଶିଶୁକୁ ମସିନ୍ତା ଗ୍ରାମରୁ ଆଣି ଜିଲ୍ଲା ସଦର ମହକୁମା ଡାକ୍ତରଖାନରେ ପରୀକ୍ଷା କରିବା ସମୟରେ ଜଣ। ପଡିଥିଲା ଶିଶୁକୁ କିଛିଦିନ ତଳେ କୌଣସି ଡାକ୍ତରଖାନ।ରେ ଟୀକା ମଧ୍ୟ ଦିଆ ଯାଇଛି । ମସିନ୍ତା ଗ୍ରାମରୁ ଶିଶୁକୁ ଉଦ୍ଧାର କରି ଆଣିବା ପରେ , ଗ୍ରାମବାସୀମାନେ ଜଣେ ଅଚିହ୍ନ। ସ୍ତ୍ରୀ ଓ ଜଣେ ପୁରୁଷକୁ ଜଙ୍ଗଲ ମଧ୍ୟରେ ଏଣେ ତେଣେ କିଛି ଖୋଜୁଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବ।ରକୋଟ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଏହି ଦୁଇ ଜଣଙ୍କୁ ଥାନାକୁ ନେଇ ପଚରା ଉଚୁରା କରି ଥିଲେ ଓ ମହିଳା ଜଣକୁ ରାତିରେ ସକ୍ଷୀ କେନ୍ଦ୍ରରେ ଆଣି ଛାଡି ଦେଇ ଥିଲେ । ଆଜି ସକାଳେ ଏହି ଦୁଇ ଜଣ ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥିତ ହୋଇ ସ୍ଵାମୀ ସ୍ତ୍ରୀ କଳହ କାରଣରୁ ସେମାନେ ଶିଶୁକୁ ଜଙ୍ଗଲ ମଧ୍ୟରେ ପରତ୍ୟକ୍ତ କରିଥିବା ସ୍ଵୀକାର କରିଥିଲେ ଓ ଅନୁରୋଧ କରିଥିଲେ ଶିଶୁକୁ ଫେରାଇ ଦେବାକୁ , କିନ୍ତୁ ସେମାନେ ଶିଶୁର ପିତାମ।ତ। ବୋଲି କୌଣସି ଆଇନ ସିଦ୍ଧ କାଗଜ ପାତ୍ର ଦେଖାଇ ପ।ରି ନ ଥିଲେ । ଶିଶୁ କିଛି ଦିନ ତଳେ ଟୀକା ନେଇଛି , କିନ୍ତୁ ସେ ସମ୍ପର୍କିତ ମମତା କାର୍ଡ କିମ୍ବା ଜନ୍ମ ପ୍ରମାଣ ପତ୍ର ବି ନ ଥିଲା ତାଙ୍କ ପାଖରେ । ଏହି ପରିସ୍ଥିତିରେ ଏହି ଶିଶୁ ସେମାନଙ୍କ ନା କୌଣସି ବ୍ୟକ୍ତିଙ୍କ ଠାରୁ ଅପହରଣ କରି ଆଣିଛନ୍ତି ସେ କଥା ସେମାନଙ୍କ ବୟାନରୁ ସିଦ୍ଧ ହୋଇ ପାରି ନ ଥିଲା । ଶିଶୁ ମଙ୍ଗଳ କମିଟିର ଅଧକ୍ଷ୍ୟ ଅତୁଲ୍ୟ ପୂଜାରୀଙ୍କ ନିର୍ଦେଶ କ୍ରମେ ଚାଇଲ୍ଡଲାଇନ ସଂଯୋଜକ ରାମାକାନ୍ତ ସାହୁ ଥାନାରେ ଶିଶୁକୁ ହତ୍ୟା ଉଦ୍ୟମ ଓ ଶିଶୁ ପ୍ରତି ନିଷ୍ଠୁରତା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫକରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜାଣିବାକୁ ମିଳିଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ମହିଳା ଜଣକ ଲୀନା ହେମବ୍ରମ ଓ ପୁରୁଷ କାଇରୋ ଶୋୟ ଝାରଖଣ୍ଡ ଅଞ୍ଚଳର । ସେମାନେ ରାଉରକେଲାରେ ଶ୍ରମିକ ଭାବେ କାମ କରନ୍ତି । ୧୨ତାରିଖ ଦିନ ଶିବା ବସରେ ରାଉରକେଲାରୁ ଆସି ମସିନ୍ତା ଗ୍ରାମକୁ ସନ୍ଧ୍ୟାରେ ଚାଲି ଚାଲି ଲୀନାର ସମ୍ପର୍କୀୟ ମାମୁ ଘରକୁ ଯାଉଥିଲେ । ରାସ୍ତା ସାରା ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚଷା ହୋଇଛି । ଏହି ବଚଷା ଧୀରେ ଧୀରେ ଉଗ୍ର ରୂପ ଧରିଛି ଓ ସେମାନେ ରାଗରେ ଶିଶୁକୁ ଜଙ୍ଗଲ ମଧ୍ୟ ଗୋଟେ ଗଛ ତଳେ ଛାଡି ଦେଇ ଚାଲି ଯାଇଛନ୍ତି । ଯେ ହେତୁ ଏହି ଅଭିଯୁକ୍ତ ଦମ୍ପତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଓ କୌଣସି ଆଇନ ସିଧା କାଗଜପାତ୍ର ନ ଥିବାରୁ ତଥା ଶିଶୁର ଜୀବନ ପ୍ରତି ବିପଦ ଥିବାରୁ ବର୍ତମାନ ପରିସ୍ଥିତିରେ ଶିଶୁକୁ ସେମାନଙ୍କୁ ହସ୍ତାନ୍ତର କରାଯାଇ ନାହି । ଯେହେତୁ ଏହି ଅଭିଯୁକ୍ତ ଦମ୍ପତି ଝାରଖଣ୍ଡର ତେଣୁ ସେହି ଅଞ୍ଚଳ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି ସହ ଆଲୋଚନା କରି ଶିଶୁର ଥଇଥାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments
Loading...