ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ କଲମପୁର ତହସିଲ ରେ ଏକୋଇଶି ଦଫା ଦାବି

କଳାହାଣ୍ଡି (କୋଶଲ ନ୍ୟୁଜ୍ ) କଲମପୁର ଦେଶରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ , ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଲମପୁର ଶାଖା ତରଫରୁ ଦ୍ଵିତୀୟ ଚରଣ ତହସିଲ୍ ସ୍ତରୀୟ ଧାରଣ ସହ କଲମପୁର ତହସିଲଦାର କରି ଶ୍ମା ବେଶ୍ରା ଙ୍କ ଜରିଆରେ କୌଣସି କାରଣ ରୁ ତହସିଲଦାର ଅନୁପସ୍ଥିତ ଥିବାରୁ ଉପସ୍ଥିତ ଥିବା କଲମପୁର ତହସିଲ କାର୍ଯ୍ୟାଳୟ ର ରାଜସ୍ବ ପରିଦର୍ଶକ ଚତୁର୍ଭୁଜ ନାଏକ ଙ୍କୁ ୨୧ଦଫା ଦାବି ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଏଥିରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ର ଜିଲ୍ଲା ସଂଯୋଜକ କାର୍ତ୍ତିକ ମାଝୀ , ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ର କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ କର, କଲମପୁର ବ୍ଲକ ଉପାଧ୍ୟକ୍ଷ ଦୁଃଖୀରାମ ମାଝୀ , ପଣ୍ଡିଗାଁ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ମାଝୀ ,ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଗୁଞ୍ଜନ୍ ନିଆଳ , ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା କରୁଣାକର ଚିନ୍ଦା , ଗଙ୍ଗାଧର ମାଝୀ , ହରେକୃଷ୍ଣ ମାଝୀ , ରାହୁଲ ଦେବ୍ ମାଝୀ , କାର୍ତ୍ତିକ ବଣୁଆ , ଜୟସଙ୍କର୍ ମାଝୀ ,ସମେତ ବହୁତ୍ କାର୍ଯ୍ୟକର୍ତ୍ତା କଲମପୁର ତହସିଲଦାର କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ ।

ପ୍ରଥମ ଚରଣ – ୨୩ ଜୁନ ଜିଲ୍ଲା ସ୍ତରୀୟ ଧାରଣା ସହ ଦାବିପତ୍ର
ଦ୍ଵିତୀୟ ଚରଣ – ୧୫ ଜୁଲାଇ ତହସିଲ ସ୍ତରୀୟ ଧାରଣା ସହ ଦାବିପତ୍ର ପ୍ରଦାନ
ତୃତୀୟ ଚରଣ – ୨୯ ଜୁଲାଇ ରେ ଜିଲ୍ଲା ସ୍ତରୀୟ ବିଶାଳ ରେଳି ରେଲି ସହ ଦାବିପତ୍ର ପ୍ରଦାନ କରାଯିବ ବୋଲି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ

ଧୀରେନ୍ଦ୍ର ସୁନାନୀ ଙ୍କ ରିପୋର୍ଟ୍

Comments
Loading...